ଦନ୍ତା ହାବୁଡ଼ରେ ପଡିଗଲେ ଯୁବକ, ଆକ୍ରମଣରେ ଚାଲିଗଲା ଜୀବନ

କରଞ୍ଜିଆ ୦୫।୧୨ : ଦନ୍ତା ଆକ୍ରମଣରେ ଯୁବକ ମୃତ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ ହୁଡ଼ି ସାହିର ଶାସ୍ତ୍ରୀ ବାନରା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜଙ୍ଗଲରେ ଜଣକୁ ଖୋଜିବାକୁ ଯାଇ ଯୁବକ ଜଣଙ୍କ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ମାରିଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ, ମହୁଲଡ଼ିହା ଆଇଆଇସି ଓ ଅନ୍ୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ମେଡିକାଲକୁ ପଠାଇଛନ୍ତି।

Leave A Reply

Your email address will not be published.