ମେଡିକାଲ କଲେଜ ଓ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି, ୮ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ ୦୫/୧୨: ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ସକାଳ ୬ ରୁ ୨ ଟା ପର୍ଯ୍ୟନ୍ତ ଅଖ ଚକବନ୍ଦ ରହିଛି । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ଆଜି ଭଦ୍ରକ ବନ୍ଦ କରିଛି କଂଗ୍ରେସ । ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଉଛି । ସରକାରୀ କାର୍ଯ୍ୟାଳୟ , କୋର୍ଟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ରହିଛନ୍ତି । ଭଦ୍ରକ ନୂଆ ବସଷ୍ଟାଣ୍ଡ ଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରାଯାଇଛି । ତେବେ ଭଦ୍ରକ ବାସୀଙ୍କ ସ୍ୱାର୍ଥକୁ ନଜରରେ ରଖି ଜିଲ୍ଲା କଂଗ୍ରେସ ଏହି ନିଷ୍ପତ୍ତି ନେଇଛି । ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ବୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନଦିଆଯିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ବରିଷ୍ଠ ନେତା କହିଛନ୍ତି ।

Leave A Reply

Your email address will not be published.