ନକଲି ସୁନାରେ ୬୫ଥର ଋଣ: ସନ୍ଦେହ ଘେରରେ ପ୍ରାକ୍ତନ ବ୍ୟାଙ୍କ ପିଓଙ୍କ ଭୂମିକା

ସୋନପୁର: ସୋନପୁର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ନକଲି ସୁନା ଦେଇ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କା ଠକେଇ ଅଭିଯୋଗରେ ସୋନପୁର ପୁଲିସ ୭ ଜଣଙ୍କୁ ଗିରଫ କରିଛି। ୧୦ ଜଣ ବ୍ୟକ୍ତି ନକଲି ସୁନା ଦେଇ ୬୫ ଥର ଋଣ ଆକାରରେ ଟଙ୍କା ନେଇଥିବା ଜଣାପଡ଼ିଛି। ଶ୍ରୀ ପଣ୍ଡାଙ୍କ ସୂଚନା ଅନୁସାରେ, ସୋନପୁର ବ୍ୟାଙ୍କ ଅଫ୍‌ ବରୋଦାରେ ଅସଲି ସୁନା କହି ନକଲି ସୁନା ଦେଇ ପ୍ରାୟ ୧୦ ଜଣ ବ୍ୟକ୍ତି ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କା ଋଣ ନେଇଥିଲେ। ୧୦ ଜଣ ବ୍ୟକ୍ତି ନକଲି ସୁନା ଦେଇ ୬୫ ଥର ଋଣ ଆକାରରେ ଟଙ୍କା ନେଇଥିବା ଜଣାପଡ଼ିଛି। ଏହି ଠକେଇ ୨୦୧୯ ଜୁନ ୧୦ ତାରିଖରୁ ୨୦୨୧ ମଇ ୨୦ ତାରିଖ ମଧ୍ୟରେ ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଗତ ଅଗଷ୍ଟ ୬ ତାରିଖ ଦିନ ବ୍ୟାଙ୍କ ଅଫ୍‌ ବରୋଦା ସୋନପୁର ଶାଖାର ଅଡିଟ୍‌ରେ ଏହି ଠକେଇ ସଂପର୍କରେ ଜଣାପଡ଼ିଥିଲା। ସେହିପରି ଏହି ଋଣ ଟଙ୍କା ମଞ୍ଜୁର କରିଥିବା ବ୍ୟାଙ୍କ ଅଫ୍‌ ବରୋଦା ସୋନପୁର ଶାଖାର ପ୍ରାକ୍ତନ ପିଓ ସୌମ୍ୟରଞ୍ଜନ ଚୋପଦାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଏଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ତଦନ୍ତ ପାଇଁ ଖୁବ୍‌ଶୀଘ୍ର ତାଙ୍କୁ ନୋଟିସ କରାଯିବ। ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କ ଅଫ୍‌ ବରୋଦାର ବରିଷ୍ଠ ଶାଖା ପରିଚାଳକ ଯଜ୍ଞେଶ୍ବର ସାମଲଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ସୋନପୁର ଥାନା କେସ୍‌ ନମ୍ବର ୨୩୪ ତା ୩/୧୨/୨୦୨୨ ଆପିସି ଧାରା ୪୨୦/୪୬୮/୪୭୧/୧୨୦-ବି ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.