ନେମାଳରେ ସଶସ୍ତ୍ର ଡକାୟତି: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ

କଟକ: କଟକ ଜିଲ୍ଲା ନେମାଳ ଥାନା ଲେଣ୍ଡର ଭଗବାନପୁରରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ଘଟିଛି। ଏଠାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ଗୋଟାଏ ବେଳେ ଲେଣ୍ଡର ଭଗବାନପୁରରେ ଏକ ଘରେ ପଶି ଦୁର୍ବୃତ୍ତମାନେ ଲୁଟପାଟ କରିଥିଲେ। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।ଏହି ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ସେମାନେ ଆକ୍ରମଣ କରିଥିଲେ।ଦୁର୍ବୃତ୍ତଙ୍କ ଆକ୍ରମଣରେ ଘଟଣାସ୍ଥଳରେ ସ୍ୱାମୀଙ୍କ ପ୍ରାଣହାନି ଘଟିଥିଲା। ସ୍ତ୍ରୀ ଗୁରୁତର ହୋଇଥିଲେ। ଘରେ ଥିବା ଦୁଇ ଦୁଇ ଛୁଆଙ୍କୁ ଅନ୍ୟ ଏକ ଘରେ ବନ୍ଦ କରିଥିଲେ ଦୁର୍ବୃତ୍ତ। ଏହି କାରଣରୁ ସେଦୁହେଁ ବର୍ତ୍ତିଯାଇଥିଲେ। ଖବର ପାଇ ନେମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ହୃଷିକେଶ ମୁଦୁଲିଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ କନକଲତା ମୁଦୁଲି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ କନକଲତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁଟ ସମୟରେ ଏହି ଘରେ ଉପସ୍ଥିତ ଥିବା ହୃଷିକେଶଙ୍କ ଦୁଇ ନାତିଙ୍କୁ ଅନ୍ୟ ଏକ ଘରେ ବନ୍ଦ କରି ଥିଲେ ଦୁର୍ବୃତ୍ତ।  ୪ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା କହିଛନ୍ତି ପୁରା ଘଟଣାକୁ ନିଜ ଆଖିରେ ଦେଖି ଥିବା ହୃଷିକେଶଙ୍କ ନାତି ଓମକାର। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave A Reply

Your email address will not be published.