ଗୁଜରାଟରେ ୭ମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି

ଗୁଜରାଟ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଚାଲିଛି ଭୋଟ ଗଣତି । ଏହି ଭୋଟ ଗଣତିର ପ୍ରାରମ୍ଭିକ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ବହୁ ପଛରେ ପଡିଛି । ସଦ୍ୟ ସୂଚନା ମୁତାବକ ଗୁଜରାଟର ମୋଟ ୧୮୨ ଟି ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ବିଜେପି ୯ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୧୪୪ ଟି ଆସନରେ ଆଗୁଆ ଚାଲିଛି । ସେହିଭଳି କଂଗ୍ରେସ କୌଣସି ଆସନ ଜିତିନଥିଲେ ବି ୨୦ ଟି ଆସନରେ ଆଗୁଆ ଚାଲିଛି । ଅନ୍ୟପଟେ ଗଣମାଧ୍ୟମରେ ଗୁଜରାଟରେ ସରକାର ଗଠନ କରିବ ବୋଲି ଆମ୍ ଆଦମୀ ପାର୍ଟି ଲିଖିତ ଭାବେ କହିଥିବା ବେଳେ ସେଠାରେ ଦଳର ସ୍ଥିତି ଅତି ଦୟନୀୟ ଅବସ୍ଥାରେ ରହିଛି    । ଦଳ ଏପର୍ଯ୍ୟନ୍ତ କୌଣସି ଆସନରେ ବିଜୟଲାଭ କରି ନଥିବା ବେଳେ ମାତ୍ର ୬ ଟି ଆସନରେ ଆଗୁଆ ଚାଲିଛି । ସେହିଭଳି ହିମାଚଳ ପ୍ରଦେଶରେ ପରମ୍ପରା ଭାଙ୍ଗିବାରେ ବିଜେପି ବିଫଳ ହେବାଭଳି ମନେ ହେଉଛି । ଏଠାରେ ମୋଟ ୬୮ ଟି ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ବିଜେପି ୪ ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୨ ଟି ଆସନରେ ଆଗୁଆ ରହିଛି । ହେଲେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବା ଦିଗରେ ଆଗେଇଛି । କଂଗେୟସ ୫ ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୩୪ ଟି ଆସନରେ ଆଗୁଆ ରହିଛି । ହେଲେ ଏଠାରେ ଆମ୍ ଆଦମୀ ପାର୍ଟି ନା କୌଣସି ଆସନରୁ ବିଜୟୀ ହୋଇଛି ନା କେଉଁ ଆସନରେ ଆଗୁଆ ରହିଛି ।

Leave A Reply

Your email address will not be published.