ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଶେଷ ମୁହୂର୍ତରେ ସ୍ବାଧୀନ ପ୍ରାର୍ଥୀ ଭାବେ ଆବିର୍ଭାବ ହେଲେ। ପ୍ରାର୍ଥୀ ଚୟନ କ୍ଷେତ୍ରରେ କାର୍ପଟଦାର ବିଜେଡି ନେତାମାନେ ଅଭିଜ୍ଞଙ୍କ ଭଳି ଯେଉଁ ମନମାନି କଲେ, ତାହା ଏପରି ଗୋଟିଏ ପରିସ୍ଥିତି ସୃଷ୍ଟି କଲା। ବିଜେଡି କ୍ଷମତାଶାଳୀ ଗୋଷ୍ଠୀର ଏହି ଗୋଟିଏ ନିଷ୍ପତ୍ତି ଧାମନଗର ଉପନିର୍ବାଚନ ଫଳାଫଳକୁ ଗୋଳମାଳ କରିଦେଲା। ପରିଣାମ ହେଲା-ବିଜେଡିର ବିଜୟ ଧାରାକୁ ଭାଙ୍ଗି ବିଜେପି ଏହି ଉପନିର୍ବାଚନକୁ ଅତି ସହଜରେ କରାୟତ କରିନେଲା। ଠିକ୍ ସେମିତି, ପୁଳା ପୁଳା ଯୋଜନା, ମାଳ ମାଳ ଘୋଷଣା; ବିଧାୟକ ଓ ମନ୍ତ୍ରୀଙ୍କ ବ୍ୟାପକ ସମରସଜ୍ଜା ପରେ ବି ଆୟତ୍ତକୁ ଆସୁନଥିଲା ପଦ୍ମପୁର ନିର୍ବାଚନମଣ୍ଡଳୀ। ଶେଷ ମୁହୂର୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଏବଂ କଂଗ୍ରେସ ଭୋଟ ବ୍ୟାଙ୍କ ଶାସକ ବିଜେଡି ପାଇଁ ସଂଜୀବନୀ ସାଜିଲା। କିଏ କେତେ ବି ନିଜ ନିଜର ବାହାସ୍ଫୋଟ ମାରନ୍ତୁ; ଗତ ତିନି ଦଶନ୍ଧି ଧରି ‘ହାତ’ ସହ ଯୋଡି ହୋଇ ରହିଥିବା ଭୋଟର କଂଗ୍ରେସକୁ ମୁହଁମୋଡ଼ିଦେବା, ବିଜେଡି ନିର୍ବାଚନ ବିଜୟ ପଛର ଅନେକ କାରଣ ମଧ୍ୟରୁ ଗୋଟିଏ ବଡ଼ କାରଣ ବୋଲି ନିର୍ଦ୍ବନ୍ଦ୍ବରେ କୁହାଯାଇପାରେ।

Leave A Reply

Your email address will not be published.