ମାଣ୍ଡୋସ୍‌ର ପ୍ରଭାବ, ଆଜିଠୁ କମିବ ଶୀତ

ଭୁବନେଶ୍ବର : ଭୀଷଣ ବାତ୍ୟା ମାଣ୍ଡୋସ୍‌ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, କିନ୍ତୁ ଏହାଦ୍ବାରା ରାଜ୍ୟରେ ୩ ଦିନ ଶୀତ କମିଯିବ। ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ। ଆଜି ରାତିରୁ ଶୀତର ପ୍ରକୋପ ଧୀରେଧୀ‌‌‌ରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ରାତିରେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ୬ଡିଗ୍ରି ତାପମାତ୍ରା ସହ ଜି. ଉଦୟଗିରିର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ଏହାକୁ ପଛକୁ ଥିଲା ଫୁଲବାଣୀ (୬.୬ ଡିଗ୍ରି), ଦାରିଙ୍ଗବାଡ଼ି (୭.୫ ଡିଗ୍ରି), କିରେଇ (୮.୨ଡିଗ୍ରି), ଚିପିଲିମା (୯.୨ ଡିଗ୍ରି), ଝାରସୁଗୁଡ଼ା ଓ ଭବାନୀପାଟଣା (୯.୬ ଡିଗ୍ରି)। ଏହାବ୍ୟତୀତ, ୪ ସହର (ରାଣୀତାଲ, ଅନୁଗୁଳ, ସୁନ୍ଦରଗଡ଼ ଓ କୋରାପୁଟ)ର ତାପମାତ୍ରା ୧୦ ଡିଗ୍ରି ରହିଛି। ସେହିପରି କଟକରେ ୧୪.୬ ଡିଗ୍ରି ଓ ଭୁବନେଶ୍ବରରେ ୧୪.୨ ଡିଗ୍ରି ରେକର୍ଡ ହୋଇଥିଲା।

Leave A Reply

Your email address will not be published.