ମେଡିକାଲ ନାମଲେଖା: ୧୩୫ ସିଟ୍‌ ଖାଲି, ୧୩ରେ ସ୍ପଟ୍‌ କାଉନସେଲିଂ

ଭୁବନେଶ୍ବର : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ଦୁଇ ରାଉଣ୍ଡ ନାମଲେଖା ଶେଷ ହୋଇଛି। ତା’ ପରେ ବି ୧୩୫ଟି ସିଟ୍‌ ଖାଲି ରହିଛି। ୮ଟି ସରକାରୀ ମେଡିକାଲ କଲେଜର ସମସ୍ତ ସିଟ୍‌ ପୂରଣ ହୋଇ ସାରିଥିବା ବେଳେ ନୂଆ କରି ପ୍ରତିଷ୍ଠା ହୋଇଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ମାତ୍ର ୪ଟି ଏମ୍‌ବିବିଏସ୍‌ ସିଟ୍‌ ବଳକା ରହିଛି। କେନ୍ଦୁଝର ମେଡିକାଲ କଲେଜରେ ଦୁଇଟି ସିଟ୍‌ ଅନୁସୂଚିତ ଜାତି(ଏସ୍‌ସି) ବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ବଳକା ଥିବା ବେଳେ ଗୋଟିଏ ସାଧାରଣ ବର୍ଗର ଏକ୍ସ-ସର୍ଭିସ୍‌ମ୍ୟାନ୍‌ଙ୍କ ପାଇଁ ରହିଛି। ସୁନ୍ଦରଗଡ଼ ମେଡିକାଲ କଲେଜରେ ଗୋଟିଏ ମାତ୍ର ଏମ୍‌ବିବିଏସ୍‌ ସିଟ୍‌ ଏସ୍‌ସି ବର୍ଗଙ୍କ ପାଇଁ ବଳକା ଅଛି।

Leave A Reply

Your email address will not be published.