ମଶାକୁ ନେଇ ମହାଭାରତ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର କମିସନର ଜେ. ସୋନାଲଙ୍କ ବିରୋଧରେ ବିଜେପିର ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର ଥାନାରେ ଏତଲା ଦେଇଛନ୍ତି। ଗତକାଲି ବିଏମ୍‌ସିର ପିଅନ ରବି କୁମାର ବେହେରା ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ଆଜି ବିଜେପି ପକ୍ଷରୁ ବିଏମ୍‌ସି କମିସନରଙ୍କ ବିରୋଧରେ ଏତଲା ଦିଆଯାଇଛି। ବିଏମ୍‌ସି କମିସନରଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଥାଉକି ଗତ ୭ ତ‌ାରିଖ ଦିନ ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବକୁ ନେଇ ବିଜେପି କର୍ମକର୍ତ୍ତାମାନେ ବିଏମ୍‌ସି କମିସନରଙ୍କୁ ଭେଟିଥିଲେ। କମିସନର ୪ ଜଣଙ୍କୁ ଆଲୋଚନା ପାଇଁ କୁଆଡ଼େ ଡାକିଥିଲେ। ସଂଖ୍ୟାଧିକ କର୍ମକର୍ତ୍ତା ପ୍ରକୋଷ୍ଠ ଭିତରେ ପ୍ରବେଶ କରିବା ଯୋଗୁଁ କମିସନର କୁଆଡ଼େ ସେମାନଙ୍କୁ ପୁଲିସ ଡାକି ଗିରଫ କରାଇବାକୁ ଧମକ ଦେଇଥିଲେ। ଏହାକୁ ନେଇ ବିଜେପି କର୍ମକର୍ତ୍ତାମାନେ ଉତ୍ତ୍ୟକ୍ତ ହେବା ସହ କମିସନରଙ୍କ ପ୍ରକୋଷ୍ଠରୁ ବାହାରି ଧାରଣା ଦେଇଥିଲେ। ପରବର୍ତ୍ତୀ ସମୟରେ ମେୟର ସଂଘମିତ୍ରା ଦଳେଇ ଧରଣାସ୍ଥଳକୁ ଆସି ବୁଝାସୁଝା କରିବା ପରେ ବିଜେପି କର୍ମକର୍ତ୍ତାମାନେ ଧାରଣାରୁ ଉଠିଥିଲେ। ଏହି ଘଟଣା ସେହି ଦିନ ଟଳି ଯାଇଥିବା ବେଳେ ଗତକାଲି ବିଏମ୍‌ସି କର୍ମଚାରୀ ରବି କୁମାର ବେହେରା ବିଜେପି କର୍ମକର୍ତ୍ତାଙ୍କ ବିରୋଧରେ ଟାଉନ୍‌ ଥାନାରେ ଏତଲା ଦେଇଥିଲେ।

Leave A Reply

Your email address will not be published.