ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ ରାହାଣେ ଓ ଈଶାନ୍ତ ଶର୍ମା

ନୂଆଦିଲ୍ଲୀ: ଖେଳାଳିଙ୍କ ସହ ବିସିସିଆଇ କରୁଥିବା କେନ୍ଦ୍ରୀୟ ଚୁକ୍ତିରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିବ। କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା। ଖରାପ ଫର୍ମ ପାଇଁ ଏହି ଦୁଇ ଖେଳାଳି ଦୀର୍ଘ ଦିନ ହେଲା ଟିମ ଇଣ୍ଡିଆରୁ ବାହାରେ ରହିଛନ୍ତି। ଦିନକୁ ଦିନ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଥିବାରୁ ଏହି ଦୁଇ ଭେଟରାନଙ୍କ କମବ୍ୟାକ ଆଶା ମଧ୍ୟ କ୍ଷୀଣ। ତେଣୁ ବିସିସିଆଇ ଖେଳାଳିମାନଙ୍କ ସହ କରୁଥିବା ବାର୍ଷିକ ଚୁକ୍ତିରୁ ରାହାଣେ ଓ ଈଶାନ୍ତ ଶର୍ମା ବାଦ ପଡ଼ିବେ ବୋଲି ଜଣାପଡ଼ିଛି। ସେହିପରି ସୀମିତ ଓଭର ସ୍ପେଶାଲିଷ୍ଟ ସୂର୍ଯ୍ୟ କୁମାର ଯାଦବ ଓ ଶୁବମନ ଗିଲ୍‌ଙ୍କୁ ୨୦୨୨-୨୩ ସିଜିନରେ ପ୍ରମୋସନ ମିଳିପାରେ। ଆସନ୍ତା ୨୧ ତାରିଖରେ ବିସିସିଆଇର ବୈଠକ ବସିବ। ଏହି ବୈଠକରେ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତର ସମୀକ୍ଷା କରାଯିବ। ରାହାଣେ ଓ ଈଶାନ୍ତ ବାଦ ପଡ଼ିବାକୁ ଥିବା ବେଳେ ଟି-୨୦ର ଭାବୀ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରୁପ ସି’ରୁ ଗ୍ରୁପ ବି’କୁ ପ୍ରମୋସନ ପାଇବେ। ୨୧ ତାରିଖରେ ୧୨ଟି ବିଷୟବସ୍ତୁ ଉପରେ ଆଲୋଚନା ହେବାର ଅଛି। କିନ୍ତୁ ଟି-୨୦ ବିଶ୍ୱକପ ଓ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପ୍ରସଙ୍ଗ ବୈଠକର ଏଜେଣ୍ଡାରେ ନାହିଁ। କିନ୍ତୁ ଅଧ୍ୟକ୍ଷ ଚାହିଁଲେ ତାଲିକାଭୁକ୍ତ ହୋଇ ନଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇପାରେ।

Leave A Reply

Your email address will not be published.