ଫିଫା ସେମିଫାଇନାଲ: ଆର୍ଜେଣ୍ଟିନାକୁ ଭେଟିବ କ୍ରୋଏସିଆ

ନୂଆଦିଲ୍ଲୀ: ଫିଫା-୨୦୨୨। ଏହି ଫୁଟ୍‌ବଲ ମହାକୁମ୍ଭର ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ। ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ଚଳିତ ବିଶ୍ୱକପର ଅଣ୍ଡରଡଗ୍ କୁହାଯାଉଥିବା କ୍ରୋଏସିଆ ସହ ହେବ ଟକ୍କର। ଫୁଟବଲ ଷ୍ଟାର ଲିଓନେଲ୍ ମେସିଙ୍କ ଉପରେ ରହିବ ଫୁଟବଲ ପ୍ରେମୀଙ୍କ ନଜର। ମେସିଙ୍କ ସମେତ ମାର୍ଟିନେଜ, ଓଟାମେଣ୍ଡି, ଡିମାରିଆ, ଆଲଭାରେଜ୍, ରୋଡ୍ରିଗୋ ଭଳି ଅନେକ ଖେଳାଳି ରହିଛନ୍ତି। ଏହି ସମସ୍ତଙ୍କ ପ୍ରଦର୍ଶନ ଉପରେ ଦଳର ବିଜୟ ନିର୍ଭର କରୁଛି। ପୂର୍ବରୁ ଦୁଇ ଦୁଇ ଥର ବିଶ୍ୱକପ୍ ହାତେଇଛି ଆର୍ଜେଣ୍ଟିନା। ପ୍ରତିପକ୍ଷ କ୍ରୋଏସିଆର ମଧ୍ୟ ପ୍ରଦର୍ଶନ ଦମଦାର ରହିଛି। ଅଧିନାୟକ ଲୁକା ମରଡିଚ୍, ପେରିସିକ୍ ଓ ମାର୍ସେଲୋଙ୍କ ପ୍ରଦର୍ଶନ ଭଲ ରହିଛି। ପାଞ୍ଚ ଥରର ପୁଟବଲ ବିଶ୍ୱକପ ଚାମ୍ପିଅନ୍ ବ୍ରାଜିଲ୍‌କୁ ଚଳିତ ବିଶ୍ୱକପରେ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି କ୍ରୋଏସିଆ। ଏହା ପୂର୍ବ ବିଶ୍ୱକପରେ ମଧ୍ୟ କ୍ରୋଏସିଆ ସେମିକୁ ଉନ୍ନୀତ ହୋଇଥିଲା। ବ୍ରାଜିଲ୍‌କୁ ହରାଇବା ପରେ କ୍ରୋଏସିଆ ମଧ୍ୟ ଭଲ ଫର୍ମରେ ରହିଛି। ଦୋହାର ଲୁସେଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତୀୟ ସମୟ ରାତି ସାଢେ ୧୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।

Leave A Reply

Your email address will not be published.