କେ. ସୁକେଶ ମାମଲାକୁ ନେଇ ଜ୍ୟାକଲିନଙ୍କ ବିରୋଧରେ ୨୦୦ କୋଟିର ମାନହାନୀ ମୋକଦ୍ଦମା କଲେ ନୋରା ଫତେହି

ଦିଲ୍ଲୀ : ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ନୂଆ ମୋଡ଼ । ୨ ବଲିଉଡ ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି । ବଲିଉଡ ଅଭିନେତ୍ରୀ ନୋରା ଫତେହି ଦିଲ୍ଲୀ କୋର୍ଟରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ ଏବଂ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ନୋରା ଫତେହି ଅଭିଯୋଗ କରିଛନ୍ତି ଯେ, ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ନାଁ ଜବରଦସ୍ତି ଯୋଡା ଯାଇଛି । କିନ୍ତୁ ସିଧାସଳଖ ଭାବେ ସୁକେଶଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ । ନୋରା ସୁକେଶ ଚନ୍ଦ୍ରଶେଖରଙ୍କଠାରୁ କୌଣସି ଉପହାର ନେଇନଥିବା ବେଳେ ମିଡିଆ ଟ୍ରାଏଲ ଯୋଗୁଁ ତାଙ୍କ ଭାବମୂର୍ତ୍ତୀ ଖରାପ ହୋଇଛି । ଏହି କାରଣରୁ ସେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅନେକ ମିଡିଆ କମ୍ପାନି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.