ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପୁଣି ଆଉ ଏକ ସମ୍ମାନ ହାସଲ କରିଛି


ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପୁଣି ଆଉ ଏକ ସମ୍ମାନ ହାସଲ କରିଛି । ରାଜ୍ୟ ହେଲଥ ଆଣ୍ଡ ୱେଲ୍‌ନେସ୍ ସେଣ୍ଟର (ଏଚ୍‌ଡବ୍ଲ୍ୟୁସି)ରେ ସେବା ପ୍ରଦାନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଛି । ଆଉ ଏଚ୍‌ଡବ୍ଲ୍ୟୁସି ଗୁଡିକୁ କାର୍ଯ୍ୟକାରୀ କରିବା ସହିତ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିପାରିଛି । ବାରଣାସୀଠାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ୟୁନିଭର୍ସାଲ୍ ହେଲ୍‌ଥ କଭରେଜ୍ ଡେ’ କାର୍ଯ୍ୟକ୍ରମରେ ରାଜ୍ୟକୁ ପ୍ରଶଂସା ମିଳିଛି । କେନ୍ଦ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭ୍ୟ ଏଡବ୍ଲୁସି ଗୁଡିକରେ ଲକ୍ଷ ପୁରାଣ ଦିଗରେ ପଦକ୍ଷପ ପାଇଁ ଏନଏଚଏମ ପରିଚାଳନା ନିର୍ଦେଶିକା ଡ଼ା.ବୃନ୍ଦା ଡିଙ୍କୁ ସମ୍ମାନପତ୍ର ପ୍ରଦାନ କରିଛନ୍ତି । ଏହି ସମ୍ମାନପତ୍ର ପ୍ରଦାନ ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ତିତଃ ଥିଲେ । ଓଡ଼ିଶାରେ ୬୩୦୪ଟି ଏଚ୍‌ଡବ୍ଲ୍ୟୁସି ରହିଛି । ଯେଉଁଥରେ ବିସ୍ତୃତ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ୧୨୬୦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏସି), ୧୦୫ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୪୪ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଓ ୧୦୦ ଆୟୁଷ ଡିସ୍ପେନ୍‌ସାରୀ ରହିଛି। ଏହି କେନ୍ଦ୍ରଗୁଡ଼ିକରେ ୧୨ ପ୍ରକାର ପ୍ରାଥମିକ ସେବା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ନୂତନ ଭାବେ ରୋଗ ନିରୂପଣ ସହିତ ଔଷଧ ଯୋଗାଇ ଦିଆ ଯାଉଛି ଇ-ସଂଜୀବନୀ ମାଧ୍ୟମରେ ଟେଲିମେଡିସିନ୍ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ବିଶେଷଜ୍ଞ ଡାକ୍ତରମାନେ ଟେଲିମେଡିସିନ୍ ରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି । ଟେଲିମେଡିସିନ୍ ସେବା ଯୋଗାଇବା ଲାଗି ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଇ-ସଞ୍ଜୀବନୀ ବ୍ୟବସ୍ଥା ଜରିଆରେ ଏଡବ୍ଲ୍ୟୁସି ସହିତ ସଂଯୋଗ କରାଯାଇଛି । ଡାକ୍ତର ମାନେ ହସ୍ପିଟାଲରେ ରହି ଟେଲିମେଡିସିନ୍ ଜରିଆରେ ଚିକିତ୍ସା ପରାମର୍ଶ ଦେଉଛନ୍ତି । ଏହାଛଡ଼ା ଏଚ୍‌ଡବ୍ଲ୍ୟୁସିରେ ଅଣ ସଂକ୍ରମିତ ରୋଗ ଚିହ୍ନଟ, ଉଚ୍ଚ ରକ୍ତଚାପ, ମଧୁମେହ, ମୁଖ ଗହ୍ଵର,ସ୍ଥନ କର୍କଟ , ଜରାୟୁ କର୍କଟ ଆଦି ଉପରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଟିମ ଓ ଆଶାକର୍ମୀ ନିୟମିତ ଭାବେ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଦାଇତ୍ୱ ତୁଲାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.