‘ମନି ଲଣ୍ଡରିଂ’ ମାମଲାରେ ଆଜି ଦିଲ୍ଲୀ ଅଦାଲତରେ ହାଜର ହେବେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ସମ୍ପୃକ୍ତ ଥିବା ୨୦୦ କୋଟି ଟଙ୍କା ଆର୍ଥିକ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ମାମଲାରେ ଆଜି ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହେବେ। ଓକିଲ ପ୍ରଶାନ୍ତ ପାଟିଲ୍‌ ଓ ଶକ୍ତି ପାଣ୍ଡେଙ୍କ ସହିତ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜାକ୍‌ଲିନ୍‌ ଅଦାଲତରେ ହାଜର ହେବା ପରେ ମାମଲା ଯୁକ୍ତି ଉପସ୍ଥାପନ କରାଯିବ। ଏହାପରେ ସରକାରୀ ଓକିଲ ଅଦାଲତରେ କାଗଜପତ୍ର ଦାଖଲ କରିବେ। ଉଲ୍ଲେଖଯୋଗ୍ୟ, ନଭେମ୍ବର ମାସରେ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ମଞ୍ଜୁର କରିଥିଲେ। ଏହାର କାରଣ ଦର୍ଶାଇ ଅଦାଲତ କହିଥିଲେ ଯେ, ଏହି ମାମଲାର ତଦନ୍ତ ବେଳେ ଅଭିଯୁକ୍ତ ଅଭିନେତ୍ରୀଙ୍କୁ ଗିରଫ କରାଯାଇ ନ ଥିବାରୁ ଜାମିନ ପ୍ରଦାନ କରାଗଲା। ଅଭିଯୋଗ ସଂକ୍ରାନ୍ତ ତଥ୍ୟାବଳି ଉପରେ ଯୁକ୍ତି ପ୍ରସ୍ତୁତି କରିବା ଲାଗି ସରକାରୀ ଓକିଲ ସମୟ ଲୋଡ଼ିବାରୁ ଏହି ମାମଲାର ଯୁକ୍ତି ଉପସ୍ଥାପନ ପାଇଁ ଦିଲ୍ଲୀ ଅଦାଲତ ଡିସେମ୍ବର ୧୨ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ।

Leave A Reply

Your email address will not be published.