ଭାରତରେ ପେଟ୍ରୋଲ ଶସ୍ତା କହି ପାଠ ପଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଲୋକମାନେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କା ଦେଇ କିଣୁଛନ୍ତି। ତଥାପି ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତବାସୀ ଶସ୍ତାରେ ପେଟ୍ରୋଲ କିଣୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏଥିସହ ବିଶ୍ୱର ପରିସ୍ଥିତି ଓ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ୨୦୨୧-୨୦୨୨ ପିରିୟଡରେ ଭାରତରେ ପେଟ୍ରୋଲ ଦର ମାତ୍ର ୨% ବୃଦ୍ଧି ପାଇଥିବା ଦାବି କରିଛନ୍ତି। ସଂସଦରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି ଯେ କିଛି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟ ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ସେମାନା ଭ୍ୟାଟ କମାଇଥିଲେ। କିନ୍ତୁ କିଛି ବିରୋଧୀ ଶାସିତ ଅଞ୍ଚଳରେ ଭ୍ୟାଟ ହ୍ରାସ କରୁ ନାହାନ୍ତି। ସେଠାରେ ପେଟ୍ରୋଲ ଓ ଡିଜେଲ ଦାମ ଅଧିକ ରହିଥିବା ସେ କହିଛନ୍ତି। ଶ୍ରୀ ପୁରୀ କହିଛନ୍ତି, “ମୁଁ ଗୃହରେ କହିବାକୁ ଚାହେଁ ଯେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର, କେରଳ ଓ ଝାରଖଣ୍ତ ତୈଳ ଦର ଉପରେ ଲାଗୁ କରୁଥିବା ଟିକସ ହ୍ରାସ କରିନାହାନ୍ତି। ଲୋକଙ୍କୁ ଉଚିତ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୨୧ ନଭେମ୍ବର ଓ ୨୦୨୨ ମେ’ ମାସରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି।

Leave A Reply

Your email address will not be published.