ବନ୍ଧାହେଲେ ବେଗୁନିଆ ତହସିଲଦାର

ଭୁବନେଶ୍ୱର : ତହସିଲଦାରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଲାଞ୍ଚ ନେବା ଅଭିଯୋଗରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଦୁଇ ଦିନ ତଳେ ଅର୍ଥାତ ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ସ୍ଥିତ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ବେଗୁନିଆ ତହସିଲଦାର। ଜମି କିସମ ପରିବର୍ତ୍ତନ ପାଇଁ ଜଣଙ୍କଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ତହସିଲଦାରଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହାପରେ ଭିଜିଲାନ୍ସ ଟିମ୍ ପୃଥ୍ୱୀରାଜଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ, ବେଗୁନିଆରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧ ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ କରିଥିଲା। ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ସଫଳ ହୋଇଥିଲା। ତହସିଲଦାର ପୃଥ୍ୱୀରାଜଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଥିବା ଜଣାଯାଇଛି। ସମସ୍ତ ଆକାଉଣ୍ଟକୁ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ଏସ୍ପି ଏମ. ରାଧାକୃଷ୍ଣ ସୂଚନା ଦେଇଛନ୍ତି।

Leave A Reply

Your email address will not be published.