ଆଶାକର୍ମୀ ଘେରାଉ କଲେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ

କନ୍ଧମାଳ  : ସାରା ରାଜ୍ୟ ରେ ଆଶା କର୍ମୀ ମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିକ୍ଷୋଭ ଚାଲିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ୍ୟ ତାହା ଦେଖିବା କୁ ମିଳିଛି । ଜ଼ିଲ୍ଲା ସଭାପତି ଅମ୍ବିକା ବେହେରାଙ୍କ ନେତୃତ୍ୱ ରେ ଜ଼ିଲ୍ଲା ର ଶତାଧିକ ଆଶା କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମାଦିକୁନ୍ଦା ଛକ ରୁ ବାହାରି ଜ଼ିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଆଶାକର୍ମୀ ମାନଙ୍କ ର ଦୀର୍ଘ ଦିନ ର ନ୍ୟାର୍ଯ୍ୟ ଦାବୀ ୭ ରୁ ୧୨ ଦଫା ଦାବୀ ପୂରଣ ନ ହେବା ଓ ସରକାର ତାଙ୍କ ର ହିତ ନିମନ୍ତେ କୌଣସି ଦୃଢ ପଦକ୍ଷେପ ନ ନେବା ଫଳରେ  ଆଜି ଶତାଧିକ ଆଶା କର୍ମୀ ଜ଼ିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି । ଦାବି ସମୂହ ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବରେ ମାନ୍ୟତା ଦିଆଯାଉ । ଦାବୀ ସମୂହ ରେ ସରକାରୀ ମାନ୍ୟତା,  ମାସକୁ ୧୮୦୦୦ ହଜାର ଟଙ୍କା ପ୍ରଦାନ, ଆଶାକର୍ମୀଙ୍କୁ ସରକାର ମାନ୍ୟତା ନ ଦେବା ପର୍ଯ୍ୟନ୍ତ ଅବସରର ନେଇ ଥିବା କର୍ମୀ ମାନଙ୍କୁ ଏକ କାଳୀନ ୫ ଲକ୍ଷ୍ୟ ପ୍ରଦାନ କରାଯାଉ ଏବଂ ୫ହଜାର ଟଙ୍କା ମାସିକ ଭତା ଦିଆଯାଉ, କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ୫ ଲକ୍ଷ ମୃତ୍ୟୁ କାଳୀନ ସହାୟତା ଦିଆଯିବା ସହିତ ପରିବାରର ଜଣକୁ ନିଯୁକ୍ତି ପ୍ରଦାନ କରାଯାଉ । ଯୋଗ୍ୟତା ଭିତିକ ଆଶାକର୍ମୀ ମାନଙ୍କୁ ଏ. ଏନ. ଏମ ନିଯୁକ୍ତି ଦିଆଯାଉ, କୋଭିଡ ୧୯ ସମୟରେ ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାର ଘୋଷଣା କରି ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ତାଙ୍କର ଦାବୀ ରଖିଛନ୍ତି। ଆଗାମୀ ଦିନରେ ଯଦି ସରକାର ଆମର ଦାବିସମୂହ ପୂରଣ ନ କରନ୍ତି ତାହେଲେ ଆମ୍ଭେମାନେ ରାଜ ରାସ୍ତା କୁ ଓହ୍ଲାଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସାମ୍ବାଦିକ ରାଧାମୋହନ ମହାପାତ୍ର ମଧ୍ଯ ସେଠାରେ ଉପସ୍ଥିତ ରହି ଆଶାକର୍ମୀ ମାନଙ୍କ ଦାବୀ ନ୍ୟାୟ ସଙ୍ଗତ ତେଣୁ ଆଶା କର୍ମୀଙ୍କ ଦାବୀ ସମୁହକୁ  ରାଜ୍ଯ ସରକାର ଦାବୀ ଗୁଡିକ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l 

Leave A Reply

Your email address will not be published.