ଭିକ୍ଷା ବୃତ୍ତି କରୁଥିବା ମହିଳା ମନ୍ଦିରକୁ ଦାନ କଲେ ଏକ ଲକ୍ଷ ଟଙ୍କା

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷର ମହିଳା ମନ୍ଦିରକୁ ଦାନ କଲେ ଏକ ଲକ୍ଷ ଟଙ୍କା । ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ ଦିନ ରାତି ଏକ କରି ଉପାର୍ଜନ କରନ୍ତି ହେଲେ ଧନ ମିଳିଲା ପରେ ଦାନ କରିବା ନିକଟରେ ସମର୍ପଣ କରିଦିଅନ୍ତି । ସେହିପରି ଜଣେ ମହିଳା ହେଉଛନ୍ତି ତୁଳା ବେହେରା । ତୁଳାଙ୍କ ସ୍ବାମୀ ପ୍ରଫୁଲ୍ଲ ବେହେରା କୋଡିଏ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ତୁଳାଙ୍କ କେହି ସନ୍ତାନ ସନ୍ତତି ନାହାଁନ୍ତି । ଭିକ୍ଷା ବୃତ୍ତି କରି ଚଳୁଥିଲେ । ବିଶେଷ କରି ଜଗନାଥ ମନ୍ଦିର, ଶିବ ମନ୍ଦିର ଓ ବେଳେ ବେଳେ ସିରିଡ଼ି ସାଇ ମନ୍ଦିର ପରିସରରେ ବସନ୍ତି । ଯାହା ଆଦାୟ ହୁଏ ସେଥୁରେ ସେ ଚଳିବା ସହ ବାକିଟଙ୍କା ବ୍ୟାଙ୍କରେ ବାନ୍ଧୁଥିଲେ । ବ୍ୟାଙ୍କରେ ତାଙ୍କର ୧ ଲକ୍ଷ କୋଡିଏ ହଜାର ଥୁଲା ଆଉ ସେ ଏହି ଅର୍ଥରୁ ୧ ଲକ୍ଷ ଟଙ୍କା ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସଦସ୍ୟଙ୍କ ଉପସ୍ଥିତିରେ ଦାନ କରି ସୃଷ୍ଟି କରିଛନ୍ତି ଏକ ଇତିହାସ । ଏହି ଅର୍ଥରେ ବାହାରୁ ଆସୁଥ‌ିବା ସାଧୁ ସନ୍ଥମାନେ ରହିବା ଲାଗି ଘର ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ବଞ୍ଚି ଥ‌ିବା ଯାଏ ଆଉ କିଛି ସଞ୍ଚୟ କରି ଅର୍ଥ ଦେବେ ବୋଲି ସଭାପତି ଶୂନାଶିର ମହାପାତ୍ର ଓ ସମ୍ପାଦକ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି । ମନ୍ଦିର ପରିଚାଳନା କମିଟି ପିଇବା, ରହିବା ସହ ତାଙ୍କର ସମସ୍ତ ଦାଇତ୍ଵ ବହନ କରିବ ବୋଲି କହିଛି କମିଟି । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ଦାଶ, ପ୍ରଦୀପ ମୁନି ଓ ଶଙ୍କର ପାଢି ପୂଜକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.