ଜଗନମୋହନ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୧୪୪ ଧାରା ଜାରି

ଅମରାବତୀ: ଜଗନମୋହନ ରେଡ୍ଡିଙ୍କ ପାର୍ଟି ୱାଏସଆରସିପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟି ଟିଡିପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ରପ୍ରଦେଶର ପଲ୍‌ନାଡୁ ଜିଲ୍ଲା ଅନ୍ତର୍ଗତ ମାଚର୍ଲାରେ ‘ଇଧେମି କର୍ମା’ ସମୟରେ ଶାସକ ‘ଯୁବଜନ ଶ୍ରମିକ ରାୟତୁ କଂଗ୍ରେସ ପାର୍ଟି (ୱାଇଏସ୍‌ଆର୍‌ସିପି) ଏବଂ ‘ତେଲୁଗୁ ଦେଶମ୍‌ ପାର୍ଟି’ (ଟିଡିପି) କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି।  ଫଳରେ ପୁଲିସ ୧୪୪ ଧାରା ଜାରି କରିଛି। ଉଭୟ ପକ୍ଷରୁ ପଥରମାଡ ହୋଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ମାଚର୍ଲା ଦାୟିତ୍ବରେ ଥିବା ଜୁଲାକାନ୍ତି ବ୍ରହ୍ମା ରେଡ୍ଡୀଙ୍କ ନେତୃତ୍ବରେ ‘ତେଲୁଗୁ ଦେଶମ୍‌ ପାର୍ଟି’ର ସମର୍ଥକମାନେ ‘ଇଧେମି କର୍ମା’ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବା ବ‌େଳେ ସଂଘର୍ଷ ଘଟିଛି। କାର୍ଯ୍ୟକ୍ରମ ଚାଲିଥିବା ବେଳେ ‘ୱାଇଏସ୍‌ଆର୍‌ସିପି’ ଓ ‘ଟିଡିପି’ କର୍ମୀମନେ ପରସ୍ପରକୁ ଟେକାପଥର ଓ ଲାଠିଦ୍ବାରା ଆକ୍ରମଣ କରିବାରୁ ଅନେକ ଆହତ ହୋଇଛନ୍ତି। ଏହି ସମୟରେ ଉଭୟ ଦଳର କର୍ମୀ କିଛି ଗାଡି ମଟର ଜାଳିଦେବା ସହ ଅନେକ ଭଙ୍ଗାରୁଜା ବି କରିଛନ୍ତି । ଏହି ଘଟଣାରେ କେତେଜଣ ଆହତ ବି ହୋଇଛନ୍ତି । ପଲନାଡ ଏସପି ୱାଇ ରବିଶଙ୍କର ରେଡ୍ଡି କହିଛନ୍ତି ମାଚେରଲା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଆପରାଧିକ ଇତିହାସ ଥିବା କେତେଜଣ ବ୍ୟକ୍ତି ବିରୋଧିଙ୍କ ଉପରକୁ ପଥରମାଡ କରିଥିଲେ ।

Leave A Reply

Your email address will not be published.