କୋହଳ ହେଲା ବିସିଆଇ: ୫୪ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ଉପରୁ ଉଠାଇଲା କଟକଣା

ସମ୍ବଲପୁର : ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍‌ କାଉନସିଲ ଫ ଇଣ୍ଡିଆ (ବିସିଆଇ) ପ୍ରତ୍ୟାହାର କରିନେଇଛି। ଫଳରେ ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନସ ରଦ୍ଦ କଟକଣା ଉଠି ଯାଇଛି। ଫଳରେ ଏହି ୫୪ ଆଇନଜୀବୀଙ୍କୁ ଛାଡ଼ି ସମ୍ବଲପୁର ବାର୍‌ ଆସୋସିଏଶନର ଅନ୍ୟ ସମସ୍ତ ଆଇନଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି।ଏ ନେଇ ଗତକାଲି ଏକ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୧୩ ତାରିଖରେ ପୁଣି ୧୪ ଜଣଙ୍କର ଲାଇସେନ୍ସ ରଦ୍ଦ କରିଥିଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାପରେ ଗତକାଲି ପୁଣି ୧୧ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଥିଲା। ଏପରି ଭାବେ  ମୋଟ ୫୪ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ତାହା ବଳବତ୍ତର ରହିଛି । ସମ୍ବଲପୁର ବାର୍‌ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ସସ୍‌ପେଣ୍ଡ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିବା ପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆରେ ଓଡ଼ିଶାର ପ୍ରତିନିଧି ତଥା ବିସିଆଇ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ ଡିସେମ୍ବର ୧୫ରେ ଏକ ଚିଠି ଲେଖି ବିସିଆଇକୁ ଅନୁରୋଧ କରିଥିଲେ। ଏହାପରେ ଗତକାଲି ବିସିଆଇ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.