ସେଲ୍‌ଫି ନେବା ବେଳେ ଗୋଡ଼ ଖସିଗଲା, କାନକୁଣ୍ଡରେ ଯୁବକ ନିଖୋଜ

ସୁନ୍ଦରଗଡ଼ : ସେଲଫି ହେଲା କାଳ। ମୋବାଇଲରେ ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ। ଆଜି ସୁନ୍ଦରଗଡ଼ ତଳସରା କାନକୁଣ୍ଡ ପିକନିକ୍ ସ୍ପଟରେ ଏଭଳି ଅଘଟଣ ଘଟିଛି। ନିଖୋଜ ଯୁବକଙ୍କ ନାମ ସୋମେଶ ମଲ୍ଲିକ। ସୂଚନା ମୁତାବକ, ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା। ପରେ ସୋମେଶଙ୍କ ତିନି ସାଙ୍ଗ ଓ ଉପସ୍ଥିତ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ପରେ ଖବର ପାଇ ଅଗ୍ନିଶମ ବାହିନୀ ଆସି ସର୍ଚ୍ଚ ଅପରେସନରେ ସାମିଲ ହୋଇଛି। ତେବେ ସଂଧ୍ୟା ସୁଦ୍ଧା ସୋମେଶଙ୍କ କୌଣସି ଖୋଜଖବର ମିଳି ପାରି ନ ଥିଲା। ଆଜିର ଏହି ଦୁର୍ଘଟଣାସ୍ଥଳରେ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା। ସେଲଫି ନେଉଥିବା ବେଳେ ଏଠାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା।

Leave A Reply

Your email address will not be published.