ଆଇପିଏଲ ଅକ୍ସନରେ କାହିଁକି ନିଜକୁ ସାମିଲ କଲେନି କ୍ରିସ୍‌ ୱକ୍ସ

ଲଣ୍ଡନ: ୨୦୨୩ ଆଇପିଏଲ ପୂର୍ବରୁ ଆସନ୍ତା ୨୩ ତାରିଖରେ ମିନି ଅକ୍ସନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ ଶତାଧିକ ଖେଳାଳି ନିଜ ନାଁକୁ ଅକ୍ସନରେ ସାମିଲ କରିଛନ୍ତି। ତେବେ ଏଥର ଅକ୍ସନରେ ସାମିଲ ହେବେନି ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର କ୍ରିସ୍‌ ୱକ୍ସ। ସେ ନିଜ ନାଁକୁ ଅକ୍ସନରୁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିସହ ସେ କାହିଁକି ଆଇପିଏଲ ଖେଳିବେ ନାହିଁ, ସେକଥା ମଧ୍ୟ କହିଛନ୍ତି। ୨୦୨୩ରେ ଖେଳାଯିବାକୁ ଥିବା ଆଶେସ ସିରିଜ୍‌ ପାଇଁ ସେ ଆଇପିଏଲରୁ ଓହରି ଯାଇଛନ୍ତି। ୨୦୨୩ ଆଶେସ ସିରିଜ୍‌ ଇଂଲଣ୍ଡରେ ଖେଳାଯିବ। ଏଥିପାଇଁ ସେ ନିଜକୁ ଫିଟ ରଖିବାକୁ ଚାହାନ୍ତି। ତେଣୁ ଆଇପିଏଲ ଅକ୍ସନରେ ନିଜ ନାଁକୁ ସାମିଲ କରି ନଥିବା କହିଛନ୍ତି। ଆଇପିଏଲ ନ ଖେଳିବା ସମ୍ପର୍କରେ ଓକ୍ସ କହିଛନ୍ତି, “କୌଣସି ବି ପ୍ରକାରରେ ଏହା ଆଦୌ ସହଜ ନିଷ୍ପତ୍ତି ନୁହେଁ। ଆଇପିଏଲ ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟ ଓ ଆର୍ଥିକ ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କେବଳ ଆର୍ଥିକ ଫାଇଦା ପାଇଁ ମୁଁ ନିଷ୍ପତ୍ତି ନେଇପାରିବି ନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତି। ନିକଟରେ ବିଶ୍ୱକପ ଜିତିଥିବାରୁ ଡିମାଣ୍ଡ ଅଧିକ ରହିପାରେ। ଅନ୍ୟ ଖେଳାଳିଙ୍କ ଚାହିଦା ବି ରହିଛି। କିନ୍ତୁ ଏହି ଚାହିଦା ତାଲିକାରେ ମୁଁ ମଧ୍ୟ ସେମାନଙ୍କ ପଛରେ ରହିପାରେ। ମୁଁ ଅନେକ ଲୋକଙ୍କ ସହ କଥା ହୋଇଛି ଓ କିଛି ଫ୍ରାଞ୍ଚାଇଜ୍‌ଙ୍କ ସହ ମଧ୍ୟ ଆଲୋଚନା କରିଛି।

Leave A Reply

Your email address will not be published.