ଚାମ୍ପିଅନ୍ ହେବା ପରେ ୟୁ-ଟର୍ଣ୍ଣ ମାରିଲେ ମେସି, ନେବେନି ଅବସର

ନୂଆଦିଲ୍ଲୀ: ପୂରଣ ହେଲା ଫୁଟ୍‌ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍‌ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା। ତେବେ ବିଶ୍ୱକପ୍ ଜିତିବା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଗୋଲ୍ଡେନ୍ ଗ୍ଲୋବ୍ ବିଜେତା ଲିଓନେଲ୍ ମେସି। ସେ ଆଉ ଆର୍ଜେଣ୍ଟିନା ଟିମ୍‌ରୁ ନେବେନି ଅବସର। ଏବେ ସେ ସନ୍ୟାସ ନେବେନି ବୋଲି ସଫା ସଫା ମନା କରିଦେଇଛନ୍ତି। ବିଶ୍ୱକପ୍ ଟ୍ରଫିକୁ ପ୍ରଥମ କରି ଟେକି ଧରିବା ପରେ ମନ ବଦଳାଇଲେ ମେସି। ୧୭ ବର୍ଷର ଆଶା ପୂରଣ ହେବା ପରେ ଅବସର ନେବାକୁ ଅନିଇଚ୍ଛା ପ୍ରକାଶ କଲେ ଏହି ମହାନ ଖେଳାଳି। ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଜିତିବା ପରେ ଲିଓନେଲ୍ ମେସି ଟିମ୍‌ରୁ ଅବସର ନେବେ ବୋଲି କୁହାଯାଉଥିଲା। କିନ୍ତୁ ଏଥିରେ ସେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ବିଶ୍ୱବିଜେତା ରୂପେ ଆଗକୁ ଆହୁରି ମ୍ୟାଚ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.