ପିକଅପ୍ ଭ୍ୟାନ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ସୋନପୁର :ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ୍ ଭ୍ୟାନ୍‌ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ୍ ଭ୍ୟାନ୍‌ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଳାମାଲ ଗାଁର କେଶବ କଟୁଆଳ ଓ ତରୁଣ ମେହେର। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ କପା ବୋଝେଇ ପିକଅପ୍ ଭ୍ୟାନ୍‌ଟି ବଲାଙ୍ଗିର ଅଭିମୁଖେ ଯାଉଥିଲା। ଏହି ସମୟରେ ସୋନପୁରରୁ ବୌଦ୍ଧ ଅଭିମୁଖେ ଯାଉଥିବା ଟ୍ରକ ସହ ପିକଅପ୍ ଭ୍ୟାନ୍‌ର  ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ପିକ୍‌ଅପଭ୍ୟାନର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଡ୍ରାଇଭର ଓ ହେଲପର ତା’ ଭିତରେ ପଶି ରହିଥିଲେ। ପୁଲିସ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହେଲେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ। ପୁଲିସ ୨ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.