ନବକଳେବର ହେବ କନ୍ଧମାଳର ଦୁର୍ଗମ ଅଞ୍ଚଳ

କନ୍ଧମାଳ: ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲଘେରା ଅଞ୍ଚଳ ହେଉଛି କନ୍ଧମାଳ । ଆଜିବି ଜିଲ୍ଲାର ଅନେକ ଅଞ୍ଚଳ ଅପହଞ୍ଚ ଇଲାକାରେ ଅବସ୍ଥିତ ଅଛି । ନା ଅଛି ଗମନାଗମନ ବ୍ୟବସ୍ଥା ନା ଅଛି ସରକାରଙ୍କ କୌଣସି ଯୋଜନା । ଅପହଞ୍ଚ ଇଲାକାରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସବୁ ଯୋଜନା ଯେମିତି ସାତସପନ । ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କ ପାଇଁ ଏଯାବତ ସରକାରଙ୍କ ତରଫରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ସମସ୍ୟା ଏବେ ଦୁଇଗୁଣିତ ହୋଇ ଯାଇଛି । ଏନେଇ ଅନେକାଶଂରେ ଅଭିଯୋଗ କରିବାପରେ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କନ୍ଧମାଳ ବିଜେଡି ଅଣ୍ଟାଭିଡ଼ିଛି । ଏନେଇ ଆଜି ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଓଡିଶା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ ବିର୍ଲାବାଡି ପଂଚାୟତର କାକେନ୍ଦ୍ରୀ, ଡ଼ଙ୍ଗା, ବିର୍ଲାବାଡି ପ୍ରମୁଖ ଗାଁ ଗୁଡିକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ୱାରା ସେମାନ କିପରି ଉପକୃତ ହେଉଛନ୍ତି ସେ ସମ୍ପର୍କ ପଚାରି ବୁଝିଥିଲେ । ବିଶେଷ କରି ବିର୍ଲାବାଡ଼ି ପଂଚାୟତର ପ୍ରମୁଖ ସମସ୍ୟା ରାସ୍ତା ଚାରିଛକ ଫୁଲବାଣୀ ରାସ୍ତାରୁ ବାହାରି ଥିବା ପାଣିସାଲ ଛକ ଠାରୁ କାକେନ୍ଦ୍ରୀ ରାସ୍ତା ଏବଂ କାକେନ୍ଦ୍ରୀ ଠାରୁ ବର୍ନରଦେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ଗମନାଗମନର ସୁବିଧା ବ୍ୟବସ୍ଥା ହୋଇପାରିବ ସେ ନେଇ ଆଲୋଚନା ମଧ୍ଯ କରିଥିଲେ . ଏବଂ ଅବଶିଷ୍ଟାଂଶ କିଛି ରାସ୍ତା ନିର୍ମାଣ ହୋଇ ଥିଲେ ମଧ୍ୟ ବାକି ରାସ୍ତା ଜଙ୍ଗଲ8 ବିଭାଗ ଅନୁମତି ପାଇଁ ଅର୍ଥ ବରାଦ ହୋଇ ମଧ୍ୟ ଅଟକି ରହିଛି । ସ୍ଥାନୀୟ ଜନସାଧାରଣ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ଉଚ୍ଚ କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି କିପରି ରାସ୍ତା ନିର୍ମାଣ ହୋଇ ପାରିବ ସେ ସମ୍ପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.