ଅର୍ଚ୍ଚନା ମାମଲାରେ ଆସିଲା ଏସଏଫଏସଏଲ ରିପୋର୍ଟ । କମିଶନରେଟ୍ ପୁଲିସ ହାତରେ ପ୍ରମାଣ, ଇଡି ହାତ ଖାଲି ।

କଟକ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଆସିଲା ଫରେନ୍ସିକ୍ ରିପୋର୍ଟ । କମିଶନରେଟ ପୁଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠାଯାଇଥିବା ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟର ଫରେନସିକ ରିପୋର୍ଟ ଆସିଛି । ପେନ ଡ୍ରାଇଭ, ମୋବାଇଲ, ଲ୍ୟାପଟପ ଓ ଟାବଲଏଡର ଫରେନସିକ ରିପୋର୍ଟ ଆସିଛି । ଏହି ରିପୋର୍ଟକୁ କୋର୍ଟ, ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛି ଏସଏଫଏସଏଲ । ହାର୍ଡଡିସ୍କର ସମସ୍ତ ଡାଟା ଦେଇଛନ୍ତି ଏସଏଫଏସଏଲ । ବିଶେଷକରି ମୋବାଇଲରୁ ଡିଲିଟ ହୋଇଥିବା ଚାଟ୍, ଲ୍ୟାପଟପରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇ ହସ୍ତାନ୍ତର କରାଯାଇଛି । ଏସଏଫ ଏସଏଲକୁ ଅର୍ଚ୍ଚନାଙ୍କ ମୋବାଇଲ, ଲ୍ୟାପଟପ ଓ ପେନଡ୍ରାଇଭଙ୍କୁ ପଠାଯାଇଥିଲେ ବି ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆର୍ଥିକ କାରବାର ମାମଲା ତଦନ୍ତ ଇଡି କରୁଛି । ଅର୍ଚ୍ଚନା ନାଗକୁ ନିଜ ହେପାଜତକୁ ନେଇ ଇଡି ପଚରାଉଚରା କରିଛି । ତାଙ୍କ ସ୍ୱାମୀ ଜଗବନ୍ଧୁ ଏବେ ଇଡି ହେପାଜତରେ ଅଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରକୁ ଇଡି ଗିରଫ କରିସାରିଛି । ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, କିଛି ବ୍ୟବସାୟୀ ଓ ବିଲଡର ଇଡିରେ ହାଜର ହୋଇସାରିଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ମୁହାଁମୁହିଁ ଜେରା ହୋଇଛି ।

Leave A Reply

Your email address will not be published.