୫ଫୁଟ ଉଚ୍ଚ ଝରକାରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ ? 

ବଲାଙ୍ଗୀର:  ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମ୍ବ୍ରାଞ୍ଚ । ପୋଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏକ ଟିମ୍ କଣ୍ଟାବାଞ୍ଝି ଯାଇଛି । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣ ଅଫିସର କଂଟାବାଞ୍ଝି ଯାଇଛନ୍ତି । ଏହା ବାଦ୍ ଆହୁରି ଏକ ୧୦ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ଟିମରେ ଫରେନସିକ୍ ଅଧିକାରୀଙ୍କ ସମେତ ସାଇବର ଏକ୍ସପର୍ଟ ଓ ଫଟୋ ବ୍ୟୁରୋର ଅଧିକାରୀ ରହିଛନ୍ତି । ତଦନ୍ତକାରୀ ଟିମ୍ ପ୍ରଥମେ କଂଟାବାଞ୍ଝି ଥାନାରେ ପହଞ୍ଚି ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାର ଚାର୍ଜ ନେବା ସହ ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ନିଜ ହେପାଜତକୁ ନେଇଛି । ଘଟଣା ସମ୍ପର୍କରେ ଜେଲ ଅନ୍ତେବାସୀ ଓ ଜେଲ କର୍ତୃପକ୍ଷଙ୍କ ବୟାନ ମଧ୍ୟ ତଦନ୍ତକାରୀ ଅଧିକାରୀ ରେକର୍ଡ କରିବେ । ରହସ୍ୟମୟ ମୃତ୍ୟୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କ୍ରାଇମବ୍ରାଂଚ ସବୁ ଦିଗରୁ ତଦନ୍ତ କରିବ । ସେପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜଣେ ଜେଲ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଅକ୍ଷୟ ମହାନ୍ତିଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ବଲପୁର ରେଂଜ ଜେଲ ଡିଆଇଜି କହିଛନ୍ତି, ଡାଇନିଂ ହଲ ପଛ ଝରକାରେ ବେକର ଗାମୁଛା ବାନ୍ଧି ଝୁଲିପଡିଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜନକ ମୃତ୍ୟୁ ହୋଇଛି । କୋର୍ଟରେ ହାଜର ହେବା ପୂର୍ବର୍ରୁ ବଲାଙ୍ଗୀର କଂଟାବାଞ୍ଜି ଜେଲରେ ସେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.