ଜାନୁଆରି ୨୫ରେ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ

ଭୁବନେଶ୍ବର : ରେଳ ମନ୍ତ୍ରଣାଳୟ ଅଧୀନ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ(ଆଇଆରସିଟିସି) ପକ୍ଷରୁ ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀଜଗନ୍ନାଥ ଯାତ୍ରା ରେଳ ଟୁର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଦେଖୋ ଆପ୍ନା ଦେଶ’ ପଦକ୍ଷେପ ଅନୁଯାୟୀ ଏକ ସ୍ୱତନ୍ତ୍ର ଟ୍ରେନ ଶ୍ରୀଜଗନ୍ନାଥ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳ ଓ ଐତିହ୍ୟସ୍ଥଳକୁ ସଂଯୋଗ କରିବ। ଅତ୍ୟାଧୁନିକ ଏସି ରେକ୍ ସହିତ ଏହି ଟ୍ରେନ୍ ଜାନୁଆରି ୨୫ରେ ଦିଲ୍ଲୀ ସଫଦରଜଙ୍ଗ୍‌ ରେଳ ଷ୍ଟେସନରୁ ବାହାରି ଫେବ୍ରୁଆରି ପହିଲାରେ ଯାତ୍ରା ଶେଷ କରିବ। ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀ ଦେଶର ଚାରି ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ଏହାବ୍ୟତୀତ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ପରିଦର୍ଶନ ମଧ୍ୟ ଏହି ଯାତ୍ରାର ଆକର୍ଷଣର କେନ୍ଦ୍ର ରହିବ। ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼ ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଚଢିବା ଓ ଓହ୍ଲାଇବାର ବିକଳ୍ପ ମଧ୍ୟ ପାଇବେ।

Leave A Reply

Your email address will not be published.