ଜେଲ୍ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସାକ୍ଷୀ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦର ବହୁ ମନ୍ତ୍ରୀ ଓ ବିଜେଡିର ବହୁ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀମାନେ ବିଭିନ୍ନ କୁକର୍ମ କରି ଆଇନ ଜାଲରେ ଧରାପଡ଼ିବା ଭୟରେ ରାଜ୍ୟ ସରକାର ସାକ୍ଷୀ ସଫା ଅଭିଯାନ ଆରମ୍ଭ କରିଛନ୍ତି। ଏହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Leave A Reply

Your email address will not be published.