ଏସ୍‌ସିବିରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ, ୨୯ରୁ କାର୍ଡିଓଲୋଜି ବିଭାଗରେ ଖୋଲିବ ହାର୍ଟ ଫେଲୁଅର୍‌ କ୍ଲିନିକ୍‌

କଟକ : କଟକ ବଡ଼ ଡାକ୍ତରଖାନାରେ ଆରମ୍ଭ ହେବ ହୃତ୍‌ପିଣ୍ଡ (ହାର୍ଟ) ପ୍ରତିରୋପଣ ବ୍ୟବସ୍ଥା। ଏଥିପାଇଁ ଅନୁମତି ମିଳିସାରିଥିବା ବେଳେ ଏବେ ଡିସେମ୍ବର ୨୯ ତାରିଖରୁ ହାର୍ଟ ଫେଲୁଅର କ୍ଲିନିକ୍‌ କାର୍ଡିଓଲୋଜି ବିଭାଗରେ ଖୋଲାଯିବ। ଏସ୍‌ସିବି କାର୍ଡିଓଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସତ୍ୟ ନାରାୟଣ ରାଉତ୍‌ରାୟ ଦେଇଥିବା ସୂଚନା ଅନୁଯାୟୀ ଏହି କ୍ଲିନିକ୍‌ରେ ବିଭାଗକୁ ଆସୁଥିବା ରୋଗୀଙ୍କ ସ୍କ୍ରିନିଂ କରାଯାଇ ଚିହ୍ନଟ କରାଯିବ। କେଉଁ ମାନଙ୍କର ହାର୍ଟ ପ୍ରତିରୋପଣର ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରାଯିବା ପାଇଁ କାର୍ଡିଓଲୋଜି, କା‌ର୍ଡିଓଥୋରାସିସ୍, ନିଶ୍ଚେତକ, କ୍ରିଟିକାଲ କେୟାର, ପଲ୍ୟୁମୁନାରୀ ମେଡିସିନ୍‌ ବିଭାଗ ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ସ୍କ୍ରିନିଂରେ ‌ଯେଉଁ ରୋଗୀଙ୍କୁ ଚିହ୍ନଟ କରାଯିବ ସେହି ରୋଗୀମାନେ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ହେବାକୁ ଥିବା ପ୍ରତିରୋପଣ ବ୍ୟବସ୍ଥା ଦ୍ବାରା ହାର୍ଟ ପ୍ରତିରୋପଣ କରିପାରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.