ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ଷ୍ଟ୍ରିଟଲାଇଟ୍ ଓଭରବ୍ରିଜ୍‌କୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ବର ଗସ୍ତରେ ଯାଇ ଜଳେଶ୍ବରରେ ଦୁଇଟି ଓଭରବ୍ରିଜ୍‌ର ଶିଳାନ୍ୟାସ ଏବଂ ବାଲେଶ୍ବରର ଶୋଭାରାମପୁରସ୍ଥିତ ରେଲୱେ ଓଭରବ୍ରିଜ୍‌କୁ ଲୋକାର୍ପଣ କରିବେ। ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୋଭାରାମପୁରସ୍ଥିତ ରେଲୱେ ଓଭରବ୍ରିଜ୍‌ ହେଉଛି ‌ରାଜ୍ୟର ପ୍ରଥମ ରେଳ ଓଭରବ୍ରିଜ୍ ଯେଉଁଠି କେବଳ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି। ଅକ୍ଷୟ ଶକ୍ତିକୁ ବ୍ୟବହାର କରି ଏହି ସବୁ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବାବେଳେ ଏହାର ବିଶେଷତ୍ବ ହେଉଛି, ବ୍ରିଜ୍‌ରେ ଲୋକ ଥିଲେ ଲାଇଟ୍ ଜୋର୍‌ରେ ଜଳିବ, ଲୋକ ନଥିଲେ ଡିମ୍ ହୋଇଯିବ। କମ୍ ବିଦ୍ୟୁତ ଖର୍ଚ୍ଚରେ ଯେପରି ଅଧିକ ସମୟ ଷ୍ଟ୍ରିଟ୍ ଲାଇଟ୍ ଜଳିବ ତାହାକୁ ନଜରରେ ରଖି ପାନାସୋନିକ୍ କମ୍ପାନି ପକ୍ଷରୁ ଏହି ଅଧିକ କ୍ଷମତାସମ୍ପନ୍ନ ଷ୍ଟ୍ରିଟଲାଇଟ୍ ପ୍ରସ୍ତୁତ କରାଯାଇଛି। ୪୭କୋଟିରେ ନିର୍ମାଣ ହୋଇଥିବା ଏହି ଓଭରବ୍ରିଜ୍‌ରେ ୭୬ଟି ୬୦ୱାଟ୍‌ର ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି।

Leave A Reply

Your email address will not be published.