ଶିମିଳିପାଳରେ ହାତୀ ପୋଡ଼ି ଘଟଣା: ପ୍ରତ୍ୟକ୍ଷଦର୍ଶୀ ତୁରାମ ପୂର୍ତ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ପତ୍ନୀଙ୍କ ଅଭିଯୋଗ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷପିଇ ଏକମାତ୍ର  ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆମୋଡ଼। ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ତୁରାମଙ୍କ ପତ୍ନୀ ଝିଲମ୍ ପୂର୍ତ୍ତି ଅଭିଯୋଗ କରିଛନ୍ତି। ଏନେଇ ତୁରାମଙ୍କ ପତ୍ନୀ ଯଶୀପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଛନ୍ତି। ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସଙ୍କ ନାଁରେ ସେ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୧୧ତାରିଖ ଦିନ ଜେନାବିଲି ରେଞ୍ଜର ଶିଵ ଶଙ୍କର ସାମଲ ଏବଂ ତାଙ୍କର ଦୁଇ ସହଯୋଗୀ ବନ କର୍ମଚାରୀ ମିଶି ହାତୀ ପୋଡି ଘଟଣା କାହିଁକି ପ୍ରକାଶ ବୋଲି କହି ମୋ ସ୍ୱାମୀ ତୁରାମ ପୂର୍ତ୍ତିଙ୍କୁ ନିସ୍ତୁକ ପିଟିଥିଲେ। ପରେ ସେମାନେ ମୋ ସ୍ୱାମୀଙ୍କୁ ଜୋର ଜବରଦସ୍ତ  ବିଷ ପିଆଇ ଦେଇଥିଲେ। ତୁରାମଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଯଶୀପୁର ପୁଲିସ। ଡିସେମ୍ବର ୧୫ ତାରିଖରେ ତୁରାମ ପୂର୍ତ୍ତି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.