ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

କଣ୍ଟାବାଞ୍ଜି : ଶୌଚ ପାଇଁ ଯାଇଥିବା ବେଳେ ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ କଣ୍ଟାବାଞ୍ଜି ସହରର ମାଳିପଡ଼ାର ସଦାନନ୍ଦ ଭୁକ୍ତା।ସୂଚନା ଅନୁଯାୟୀ, ଆଜି ସକାଳେ ସଦାନନ୍ଦ ଶୌଚ ପାଇଁ ରେଳ ଧାରଣା ନିକଟକୁ ଯାଇଥିଲେ। ଶୌଚ ହୋଇସାରି ସେ ରେଳ ଧାରଣା ପାର ହୋଇ ଆସୁଥିବା ବେଳେ ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସଦାନନ୍ଦଙ୍କ ମୃତଦେହ ଦେଖି କଣ୍ଟାବାଞ୍ଜି ରେଳବାଇ ପୁଲିସ୍‌କୁ ଖବର ଦେଇଥିଲେ। ରେଳବାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ସଦାନନ୍ଦଙ୍କୁ ଯାତ୍ରୀବାହୀ ଟ୍ରେନ୍‌ ଧକ୍କା ଦେଲା ନା ମାଲବାହୀ ଟ୍ରେନ୍‌ ଧକ୍କା ଦେଲା, ତାହା ଜଣାପଡ଼ିନାହିଁ। ରେଳବାଇ ପୁଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.