୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ

ଅନୁଗୋଳ ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ  ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିରଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ପାଲଲହଡାରୁ ପତିରିକୁ ସଂଯୋଗ କରୁଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ କଲେଜ ଛକ, ଶିଗଡି ଛକ  ଓ ବାଇପାସ ଛକରେ ରାସ୍ତା ଅବରୋଧ କରାଯାଇଛି। ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୧୪୯ ନମ୍ବରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପାଲଲହଡା ବିଧାୟକ ମୁକେଶ କୁମାର ପାଳଙ୍କ ଆନ୍ଦୋଳନ ଡାକରାରେ ସ୍ୱତଃ ପ୍ରବୃତ୍ତ ଭାବେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ହୋଇଛନ୍ତି।

Leave A Reply

Your email address will not be published.