ମହିଳାଙ୍କୁ ଏନ୍‌ଜିଓରେ ଚାକିରି କରିବା ମନା

କାବୁଲ: ଆଫ୍‌ଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ପୁଣି ମହିଳାଙ୍କ ସ୍ୱାଧୀନତାକୁ ଧ୍ୱଂସ କରିବାକୁ ଆଉ ଗୋଟିଏ ପଦକ୍ଷେପ ନେଇଛି। ଚାକିରି କରିଥିବା ମହିଳାମାନଙ୍କୁ କାମରୁ ବିଦା ବା ନିଷେଧ କରିବାକୁ ଶନିବାର ତାଲିବାନ ସରକାର ପକ୍ଷରୁ ସମସ୍ତ ଦେଶୀ ଓ ବିଦେଶୀ ଏନ୍‌ଜିଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ଥାନୀୟ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ମନ୍ତ୍ରୀ ଅବଦୁଲ ରେହମାନ ହବିବ୍ କହିଛନ୍ତି, ପରବର୍ତ୍ତି ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ନିର୍ଦ୍ଦେଶ ମାନିବାକୁ କୁହାଯାଇଛି। ଇସ୍‌ଲାମିକ ଡ୍ରେସ୍ କୋର୍ଡକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.