ଦୁଇ ଦିନରେ ଗଲାଣି ଦୁଇ ଋଷ ପର୍ଯ୍ୟଟକଙ୍କ ଜୀବନ

ରାୟଗଡ଼ା : ଦୁଇ ଦିନରେ ଗଲାଣି ଦୁଇ ଋଷ ପର୍ଯ୍ୟଟକଙ୍କ ଜୀବନ। ଶୁକ୍ରବାର ଜଣେ ଋଷ ପର୍ଯ୍ୟଟକଙ୍କ ମୃତଦେହ ହୋଟେଲ୍‌ ରୁମ୍‌ରୁ ମିଳିଥିବା ବେଳେ ଆଜି ଆଉ ଜଣେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଋଷ ପର୍ଯ୍ୟଟକ ହେଲେ ପାବେଲି ଆନ୍ଥେନ୍‌। ଏପରି ଦୁଃଖଦ ଖବର ଆସିଛି ରାୟଗଡ଼ାରୁ। ଆନ୍ଥେନ୍‌ ହୋଟେଲ୍‌ର ତୃତୀୟ ଫ୍ଲୋରରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନ୍ଥେନ୍‌ କ’ଣ ପାଇଁ ତୃତୀୟ ମହଲାରୁ ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.