ଆଜିଠାରୁ ବରଗଡ଼ରେ କଂସଙ୍କ ରାଜୁତି

ବରଗଡ଼ : ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଏହି ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି ବରଗଡ଼ ଧନୁଯାତ୍ରା। ତେଣୁ ଅଧିକ ଉତ୍ସାହ ରହିଛି।  ଆଜି ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବ। ଏଥିରେ ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ସାଂସ୍କୃତିକ ଦଳ। ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା ୬ଟାରେ ସେହି ଶୋଭାଯାତ୍ରା ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିବ। ଏହାପରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ। ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଧନୁଯାତ୍ରାର ଉଦଘାଟନ କରିବେ। ଏହାପରେ ବରଗଡ଼ ସହର ମଥୁରା ନଗରୀ ନାଁରେ ନାମିତ ହେବ।  ପ୍ରଥମ ଦିନର କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ଆରମ୍ଭ ହେବ। ଏବର୍ଷ କଂସ ମହାରାଜଙ୍କ ଦରବାରକୁ ୪୨ ଫୁଟ ଉଚ୍ଚତା ୧୨୦ ଫୁଟ ଲମ୍ବ ଏବଂ ୩୫ ଫୁଟ ଚଉଡା କରାଯାଇ।  କଲିକତାରୁ ୩୦ ଜଣ କାରିଗର ୧୫ ଦିନ ଧରି କାମ କରିଛନ୍ତି।  ରାଜ ଦରବାରକୁ ରାଜସ୍ଥାନ ରାଜମହଲର ରୂପ ଦିଆଯାଇଛି।

Leave A Reply

Your email address will not be published.