ଜେଲରେ ୨ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ ଆହତ

ମାଲକାନଗିରି :ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଜଣେ କଏଦୀ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିର ସଦର ମହାକୁମାସ୍ଥିତ ଉପ କାରାଗାରରେ। ଆହତ କଏଦୀ ଜଣଙ୍କ ହେଲେ ପ୍ରଶାନ୍ତ କୁଣ୍ଡ। ତାଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତ ନିଜ ନାଁରେ ଥିବା ମାମଲାକୁ ନେଇ କୋର୍ଟ ତାରିଖ ଥିବାରୁ ଗତକାଲି ରାତିରେ ଏନେଇ ନିଜ ସାଥୀମାନଙ୍କ ସହ ଆଲୋଚନା କରୁଥିଲେ। ଜେଲରୁ ସେ କିଭଳି ମୁକୁଳିବେ ସେନେଇ ମଧ୍ୟ ଆଲୋଚନା ଚାଲିଥିଲା। ଏହି ସମୟରେ ଉପକାରାଗାରରେ ରହୁଥିବା କାଲିମେଳାର ଜଣେ କଏଦୀ ସେଠାରେ ପହଞ୍ଚି ପ୍ରଶାନ୍ତଙ୍କୁ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିଲା। ପ୍ରଶାନ୍ତ ଓ ଅନ୍ୟ କଏଦୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏଥିରେ ପ୍ରଶାନ୍ତ ଆହତ ହୋଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ଜେଲ ସୁପରିଣ୍ଟେଣ୍ଡଙ୍କ କୌଣସି ପ୍ରତିକ୍ରୀୟା ଦେବାକୁ ମନା କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି।

Leave A Reply

Your email address will not be published.