ଯୋଗ୍ୟତା ନଥାଇ ରୋଗୀ ସେବା କରୁଛନ୍ତି ୭୩ ମେଡିକାଲ ଛାତ୍ର! ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଗୋଟିଏ ନକଲି ଡାକ୍ତର ରାକେଟ ସାମ୍ନାକୁ ଆସିଛି। ଯୋଗ୍ୟତା ନଥାଇ ରୋଗୀ ସେବା ପାଇଁ ୭୩ ବିଦେଶ ଫେରନ୍ତା ମେଡିକାଲ ଛାତ୍ର ଲାଇସେନ୍ସ ପାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପାଖରେ ଏପରି ଅଭିଯୋଗ ପହଞ୍ଚିବା ପରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୋଗ୍ୟତା ନଥାଇ କେମିତି ଏତେ ସଂଖ୍ୟକ ବିଦେଶ ଫେରନ୍ତାକୁ ଚିକିତ୍ସା ଅଭ୍ୟାସ ପାଇଁ ଲାଇସେନ୍ସ ମିଳିଲା, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ୨୦୧୧ ପରଠାରୁ ଅନେକ ଅଯୋଗ୍ୟ ବ୍ୟକ୍ତି ବିଭିନ୍ନ ଉପାୟରେ ଭାରତରେ ଚିକିତ୍ସା ଅଭ୍ୟାସ ପାଇଁ ଲାଇସେନ୍ସ ହାସଲ କରିଛନ୍ତି। ଭାରତରେ ମେଡିକାଲ ଚିକିତ୍ସା ଅଭ୍ୟାସ କରିବାକୁ ହେଲେ ବିଦେଶରେ ଶିକ୍ଷାଲାଭ କରିଥିବା ପିଲାମାନଙ୍କୁ ବାଧ୍ୟତାମୂଳକ ଭାବେ ବିଦେଶ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା (ଏଫଏମଜିଇ)ରେ ଯୋଗ୍ୟତା ଅର୍ଜନ କରିବେକୁ ପଡ଼ିବ। ହେଲେ ୭୩ ଜଣଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି।

Leave A Reply

Your email address will not be published.