CBSE ଦଶମ-ଦ୍ୱାଦଶ ପରୀକ୍ଷା ତାରିଖ ତାରିଖ ପ୍ରକାଶ, ଫେବୃଆରୀ ୧୫ ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସିବିଏସି ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବୃଆରୀ ୧୫ ତାରିଖରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଫେବୃଆରୀ ୧୫ରୁ ମାର୍ଚ୍ଚ୨୧ ଯାଏ ଦଶମ ପରୀକ୍ଷା ଏବଂ ଏପ୍ରିଲ ୫ ତାରିଖ ଯାଏ ଦ୍ୱାଦଶ ପରୀକ୍ଷା ହେବ । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡିକ ପାଇଁ ସିବିଏସ୍‌ଇ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁୟାରୀ ୧, ୨୦୨୩ ଠାରୁ ଆରମ୍ଭ ହେବ । ସେହିପରି ଥିଓରୀ ପରୀକ୍ଷା ଫେବୃଆରୀ ୧୫, ୨୦୨୩ ରୁ ଆରମ୍ଭ ହେବ ବାଲି ତାରିଖ ପ୍ରକାଶ ପାଇଛି । ତେବେ କଡା ସୁରକ୍ଷା ଏବଂ କୋଭିଡ ନିୟମ ଅନୁଯାୟୀ ପରିକ୍ଷା ହେବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ୨୦୨୩ ବୋର୍ଡ ପରୀକ୍ଷା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ସିବିଏସ୍‌ଇ ପକ୍ଷରୁ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ର(ସିଡବ୍ଲ୍ୟୁଏସଏନ)ମାନଙ୍କ ପାଇଁ ଏକ ପୋର୍ଟାଲ୍ ଖୋଲିଛି । ଅଫିସିଆଲ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ପରୀକ୍ଷା ସମୟରେ ସିବିଏସ୍‌ଇ ଦ୍ୱାରା ଅନୁମତି ପ୍ରାପ୍ତ କୌଣସି ରିହାତି ଏବଂ ସୁବିଧା ପାଇବାକୁ ସିଡବ୍ଲ୍ୟୁଏସଏନ ଛାତ୍ରମାନେ ଚାହାଁନ୍ତି, ତେବେ ବୋର୍ଡକୁ ଅନୁରୋଧ କରିବା ପାଇଁ ସିବିଏସ୍‌ଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ୱେବ୍ ପୋର୍ଟାଲ୍ parikshasangam.cbse.gov.in ମାଧ୍ୟମରେ ମଧ୍ୟ ଏହା କରାଯାଇପାରିବ ।

Leave A Reply

Your email address will not be published.