ପୋଲାଭରମ ପ୍ରକଳ୍ପରେ ପରିବେଶ ମଞ୍ଜୁରୀ ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପକୁ ଦିଆଯାଇଥିବା ପରିବେଶ ମଞ୍ଜୁରୀ ଉଲ୍ଲଂଘନ ଅଭିଯୋଗରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ତିନି ରାଜ୍ୟକୁ ନୋଟିସ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏମ ଏମ ସୁନ୍ଦରଶଙ୍କ ଖଣ୍ଡପୀଠ ଏହି ନୋଟିସ ଜାରି କରି ଫେବୃଆରୀ ୨୦୨୩ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଆଦେଶ ବିରୋଧରେ ଅର୍ଥନୀତିଜ୍ଞ ପେଣ୍ଟାପାଟୀ ପୁଲାରାଓଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ ଯାହା ତାଙ୍କୁ ତାଙ୍କ ଆବେଦନ ସହିତ ସର୍ବୋଚ୍ଚ ନ୍ୟାୟାଳୟ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଯଚିକାରେ ଅଭିଯୋଗ କରାଯାଇଥିଲା ଯେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ, ଜଳ ଶକ୍ତି ମନ୍ତ୍ରାଳୟ, ଆନ୍ଧ୍ର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୋଲାଭୋରମ ପରିଯୋଜନା ପ୍ରାଧିକରଣର ମିଳିତ ରିପୋର୍ଟ ଉପରେ ବିଚାର ନ କରି ଏନଜିଟି ମାମଲାକୁ ବନ୍ଦ କରିଥିଲା । ଆବେଦନକାରୀ କହିଥିଲେ ଯେ ଉଲ୍ଲଂଘନ ସହ ଜଡିତ ଅଭିଯୋଗ ପରିବେଶର ଉଲ୍ଲଂଘନ ଏବଂ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ପରିବେଶ ମଞ୍ଜୁରୀ ପାଇଁ ଥିବା ସର୍ତ୍ତ ଲାଗୁ ନ କରିବା ସହ ଜଡିତ ଅଟେ । ପୁଲ୍ଲାରାଓ ଅଭିଯୋଗ କରିଛନ୍ତି ଯେ ପ୍ରକଳ୍ପ ନିର୍ମାଣ ସ୍ଥାନରେ ନିୟମର ଉଲ୍ଲଂଘନ ହେଉଛି ଏବଂ ବିପୁଳ ପରିମାଣର ବଜ୍ୟବସ୍ତୁ ଗୁଡିକୁ ଚାଷ ଜମିରେ ପକାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେପଟେ ବୁଧବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମହୋନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିବା ସହିତ ୧୦,୪୮୫.୩୮ କୋଟି ଟଙ୍କାର ଅର୍ଥ ଆବଣ୍ଟନ ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.