ମହାବଳ ବାଘ ଛାଲ ଜବତ ଘଟଣା; ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି

ଉଦଳା : ଶିମିଳିପାଳରୁ ମହାବଳ ବାଘ ଛାଲ ଜବତ ଘଟଣାରେ ଆଉ ଜଣଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶାସଙ୍ଗବେଡା ଗାଁର  ପୂର୍ଣ୍ଣଚନ୍ଦ୍ର ମାଝୀ। ପୂର୍ଣ୍ଣଚନ୍ଦ୍ରଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି। ଗତକାଲି ଏସଟିଏଫ୍‌ ଟିମ୍ ପୂର୍ଣ୍ଣଚନ୍ଦ୍ରଙ୍କୁ ଘରୁ ଉଠାଇ ଆଣିଥିଲେ। ଗତ ୧୪ ତାରିଖରେ ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ  ୩ ଜଣ ଶିକାରୀ ମହାବଳ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏସଟିଏଫ୍ ଖବର ପାଇଥିଲା। ଏହାପରେ ଏସଟିଏଫ ଟିମ୍‌ ଗରାଖ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ। ୫ ଲକ୍ଷରେ  ଡିଲ୍  ଫାଇନାଲ ହୋଇଥିଲା।  ଏହାପରେ ହଠାତ୍‌ ଏସ୍‌ଟିଏଫ୍ ଟିମ୍‌ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଥିଲା। ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିଲା।

Leave A Reply

Your email address will not be published.