୪ ଦିନ ଶୀତ ରହିବନି, ଆସନ୍ତା ୨ ଦିନ ଘନ କୁହୁଡ଼ି

ଭୁବନେଶ୍ବର : ରବିବାର ସକାଳୁ ରାଜ୍ୟର ପାଗ ଥିଲା ରଜ ପାଗ। ଶୀତର ପ୍ରକୋପ ନଥିଲା। ଖରା ବି ଟାଣ ନଥିଲା। ହାଲୁକା କୁହୁଡ଼ି ପରିବେଶକୁ ଭ୍ରମଣ ଉପଯୋଗୀ କରିଥିଲା। ଆସନ୍ତା ୩ ଦିନ ରାଜ୍ୟରେ ଏହିଭଳି ପାଗ ରହିପାରେ। ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଶୀତ ପ୍ରଭାବ ରହିବ ନାହିଁ। ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇବ। ଫଳରେ ରାଜ୍ୟ‌ରୁ ଶୀତ ଗାୟବ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ରବିବାର ଭଳି ଆଜି(ସୋମବାର) କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଦିନ ମଧ୍ୟ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିପାରେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.