ବ୍ରେକ୍ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ବ୍ରେକ ପରେ ପୁଣି ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାଜଧାନୀ ଦିଲ୍ଲୀରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଶୀତ ପାଇଁ ବିଶ୍ରାମ ପରେ ଆଜି ପୁଣି ଥରେ ଏହି ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ। ରାହୁଲ ଗାନ୍ଧୀ ତାଙ୍କ ଯାତ୍ରା ଦିଲ୍ଳୀର କାଶ୍ମୀର ଗେଟ୍‌ର ପ୍ରାଚୀନ ହନୁମାନ ମନ୍ଦିରରେ ଦର୍ଶନ କରି ଆରମ୍ଭ କରିଛନ୍ତି। ଏହି ଯାତ୍ରାରେ ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରହିବେ। ପ୍ରିୟଙ୍କା ବି ରାହୁଲଙ୍କ ସହ ହନୁମାନ ମନ୍ଦିରରେ ବଜରଙ୍ଗବାଲୀଙ୍କ ଦର୍ଶନ କରି ଯାତ୍ରାରେ ଯୋଗ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ୍‌, ଗୋକୁଲପୁରି‌ରୁ ହୋଇ ୟୁପିକୁ ପ୍ରବେଶ କରିବ। ୟୁପିର ଲୋନିରୁ ଗଜିଆବାଦ୍ ହୋଇ ବାଗପତରେ ରାତିରେ ରହି ବିଶ୍ରାମ ନେବେ। ଦିଲ୍ଲୀରେ ଭାରତ ଯୋଡ଼ ଯାତ୍ରା ପାଇଁ ପୁଲିସ୍ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍‌ଭାଇଜରି ଜାରି କରାଯାଇଛି। କିଛି ରାସ୍ତାରେ ଡାଇଭର୍ସନ ପ୍ଲାନ ଲାଗୁ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀର କିଛି ଅଞ୍ଚଳ ଲୋହା ପୁଲ୍‌, ପୁସ୍ତା ରୋଡ୍‌, ଜାଫରାବାଦ୍‌, ଗୌଜପୁର ଏବଂ ଗୋକୁଲପୁରରେ ଖୁବ୍ ଅଧିକ ଜାମ ହୋଇପାରେ ପୁଲିସ୍ ପୁଲିସ ଆଶଙ୍କା ପ୍ରକଟ କରିଛି। ଏହି ଯାତ୍ରା ଆଜି ଉତ୍ତରପ୍ରଦେଶରେ ଏଣ୍ଟ୍ରି କରିବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ କଂଗ୍ରେସ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ନିମନ୍ତ୍ରଣ କରିଛି। ଏଥିପାଇଁ ଉଭୟ ଅଖିଳେଶ ଏବଂ ମାୟାବତୀ ଧନ୍ୟବାଦ ଜଣାଇଛନ୍ତି। ନିମନ୍ତ୍ରଣ ପାଇ ସପା ମୁଖ୍ୟ ଅଖିଳେଶ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଯାତ୍ରାର ସଫଳତା କାମନା କରିଛନ୍ତି। ତେବେ ଅଖିଳେଶ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବେନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉତ୍ତର ପ୍ରଦେଶ କଂଗ୍ରେସକୁ ଯାତ୍ରାର ପତାକା ଦିଆଯିବ। ପରଦିନ ଅର୍ଥାତ୍ ୪ ଜାନୁୟାରୀରେ ବାଗପତରୁ ଶାମଲି ଯାତ୍ରା ବାହାରିବ। ଏହାପରେ ୫ ଜାନୁୟାରୀରେ ସକାଳ ପ୍ରାୟ ୬ଟାରେ ଶାମଲିରୁ ଯାତ୍ରା ବାହାରି ହରିୟାଣାର ପାନିପଥରେ ୬ଟା ୩୦ରେ ପହଞ୍ଚିବ।

Leave A Reply

Your email address will not be published.