ବିିବାହର ୨୩ ବର୍ଷ ପରେ ପତ୍ନୀଙ୍କ ଠାରୁ ଭିନ୍ନ ହେବେ ସାଉଥଷ୍ଟାର୍ ବିଜୟ!

ହାଇଦ୍ରାବାଦ: ସାଉଥ ଇଣ୍ଡଷ୍ଟ୍ରିରେ ଜାରି ରହିଛି ଛାଡପତ୍ର ଟ୍ରେଣ୍ଡ। ଧନୁଷ-ଐଶ୍ୱର୍ଯ୍ୟା, ନାଗା ଚୈତନ୍ୟ-ସମନ୍ଥା ପରେ ଏବେ ସାଉଥ ଷ୍ଟାର୍ ଥଲପତି ବିଜୟ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। ବିବାହର ୨୩ ବର୍ଷ ପରେ ଦୁହେଁ ଛାଡପତ୍ର ନେବେ ବୋଲି ଚର୍ଚ୍ଚା ହେଉଛି। ସାଉଥ ସୁପରଷ୍ଟାର ଥଲପତି ବିଜୟ ଓ ପତ୍ନୀ ସଙ୍ଗୀତା। ବିବାହର ୨୩ ବର୍ଷ ପରେ ଏଦୁହେଁ ଅଲଗା ହେବାକୁ ଯାଉଛନ୍ତି। ଏହ ଷ୍ଟାର୍ ଦମ୍ପତ୍ତି ଏଭଳି କିଛି ଖବର ପାଇଁ ଏବେ ହେଡ୍‌ଲାଇନ୍ ପାଲଟିଛନ୍ତି। ତେବେ ପ୍ରକୃତରେ ଏମାନେ ଭିନ୍ନ ହେବାକୁ ଯାଉଛନ୍ତି ନା କେବଳ ଗୁଜବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ସେପଟେ ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ଏହି ଖବର ପୂରାପୁରି ଭୁଲ୍ ବୋଲି କୁହାଯାଉଛି। ସଙ୍ଗୀତା ଓ ବିଜୟଙ୍କ ଛାଡପତ୍ର ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା କେଉଁଠାରୁ ଆରମ୍ଭ ହେଲା କେହି ଜାଣନ୍ତି ନାହିଁ। ନିକଟରେ ପତ୍ନୀ ସଙ୍ଗୀତା ବିଜୟଙ୍କ ଅପ୍‌କମିଂ ଫିଲ୍ମ ‘ଭାରିସୁ’ର ଅଡିଓ ଲଞ୍ଚରେ ଉପସ୍ଥିତ ନଥିଲେ। କେବଳ ସେତିକି ନୁହେଁ ନିର୍ଦ୍ଦେଶ ଏଟଲିଙ୍କ ପତ୍ନୀଙ୍କ ବେବି ସାୱାର୍ ପ୍ରୋଗ୍ରାମରୁ ମଧ୍ୟ ସେ ଗାଏବ୍ ଥିଲେ। ଏହାପରେ ବିବୟ ଓ ସଙ୍ଗୀତା ଛାଡପତ୍ର ହେବାକୁ ଯାଉଥିବା ନେଇ ଖବର ଚର୍ଚ୍ଚାକୁ ଆସିଥିଲା। ପ୍ରକୃତରେ ସଙ୍ଗୀତା ନିଜ ପିଲାଙ୍କ ସହ ଆମେରିକାରେ ଛୁଟି କାଟୁଛନ୍ତି। ଏହି କାରଣରୁ ବିଜୟ ଓ ସଙ୍ଗୀତାଙ୍କୁ ପାର୍ଟିରେ ଏକାଠି ଦେଖିବାକୁ ମିଳିନଥିଲା ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.