ଯୋଶୀମଠରେ ମାଟି ଦବି ସହରବାସୀ ଆତଙ୍କିତ

ଡେରାଡୁନ୍: ତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ସହରବାସୀ।  ଭୂମି ଦବିବା ଫଳରେ ଘରଗୁଡଡ଼ିକରେ ଫାଟ ଦେଖାଯିବା ପରେ ସାଂଘାତିକ ସ୍ଥିତି ସୃସ୍ଟି ହୋଇଛି। ଏଯାଏଁ ୯ଟି ଅଞ୍ଚଳରେ ପାଖାପାଖି ଭୂମି ଦବି ଯାଇ ୫୬୧ଟି ଘର ଫାଟି ଆଁ କରିଛି।  ପରିସ୍ଥିତିକୁ ଦେଖି ଏଡିଆରଏଫ୍ ଟିମ୍ ଡକାଯାଇଛି।  କେଉଁ କାରଣ ପାଇଁ ଭୂମି ଦବିଛି ସେ ସମ୍ପର୍କରେ ସର୍ଭେ ପାଇଁ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି।  ଆଜି ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚାମୋଲି ଯିବେ।  ଅନେକ ସ୍ଥାନରେ ଭୂମି ଦବି ଯାଇ ପାଣି ବାହାରିବା ସହିତ କୋଠାରେ ଫାଟ ସୃଷ୍ଟି ହୋଇଛି। ଏହିସବୁ ଅସୁବିଧାକୁ ଦେଖି ଜୀବନ ବିପଦରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପର୍ଯ୍ୟଟନସ୍ଥଳୀ ଯୋଶୀମଠର ଅସ୍ତିତ୍ୱକୁ ନେଇ ଏବେ ସଙ୍କଟ ଦେଖା ଦେଇଛି ବୋଲି କିଛି ଲୋକେ କହୁଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ ଭୂମି ଦବିବା ଯୋଗୁଁ ସହରର ୫୭୬ ଘରର ୩ ହଜାରରୁ ଅଧିକ ବାସିନ୍ଦା ପ୍ରଭାବିତ ହୋଇଛନ୍ତି । ଫଟା ଘର ସବୁକୁ ମୁନିସିପାଲଟି ସବୁଦିଗରୁ ସର୍ଭେ କରୁଛି । ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ହୋଟେଲକୁ ବନ୍ଦ କରି ଦିଆଯିବା ସହିତ ୩୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.