ସୂର୍ଯ୍ୟଙ୍କ ବିସ୍ଫୋରଣ ପରେ ବୋଲରଙ୍କ କମାଲ

ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ଦମ ଦେଖାଇଛି ଟିମ ଇଣ୍ଡିଆ। ଉଭୟ ବ୍ୟାଟିଂରେ କମାଲ କରି ଦଳ ଭ୍ରମଣକାରୀ ଶ୍ରୀଲଙ୍କାକୁ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ୯୧ ରନରେ ହରାଇ ଦେଇଛି। ଏହି ବିଜୟ ସହ ୩ଟିକିଆ ଟି-୨୦ ସିରିଜ୍‌କୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଟିମ ଇଣ୍ଡିଆ ୨-୧ରେ କବଜା କରିଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରେ ୫ ୱିକେଟ ହରାଇ ୨୨୮ ରନ କରିଥିଲା। ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ୫୧ ବଲରେ ଅପରାଜିତ ୧୧୨ ରନ କରିଥିଲେ। ୨୨୯ ରନର ପିଛା କରୁଥିବା ଶ୍ରୀଲଙ୍କା ୧୬.୪ ଓଭରରେ ସମସ୍ତ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଛି। ଭାରତ ଆଜି ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ନିଜର ଜଲୱା ଦେଖାଇଛି। ଦ୍ୱିତୀୟ ଟି-୨୦ରେ ଟିମ ଇଣ୍ଡିଆ ନିଜର ବୋଲିଂକୁ ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲା। କିନ୍ତୁ ତୃତୀୟ ଦିନିକିଆରେ ଅର୍ଶଦୀପ ସିଂହଙ୍କ ଠାରୁ ଆରମ୍ଭ କରି ଉମ୍ରାନ ମଲିକଙ୍କ ଯାଏ ସମସ୍ତେ ଠିକଠାକ ବୋଲିଂ କରିଛନ୍ତି। ୨୨୯ ରନର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ୪୪ ରନରେ ପ୍ରଥମ ୱିକେଟ ହରାଇଥିଲା। କୁଶଲ ମେଣ୍ଡିସ(୨୩)ଙ୍କୁ ଆଉଟ କରି ଅକ୍ଷର ପଟେଲ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଗତ ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଅର୍ଶଦୀପ ଅନ୍ୟତମ ଓପନର ପଥୁନ ନିଶାଙ୍କ(୧୫)ଙ୍କୁ ଆଉଟ କରିଥିଲେ।

Leave A Reply

Your email address will not be published.