୨୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ସିମିଳିଗୁଡ଼ାରେ ସବୁଠୁ କମ୍

ଭୁବନେଶ୍ୱର : ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିଛି ଶୀତ। ଗତକାଲି ରାତିରେ ରାଜ୍ୟର ୨୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ଗତକାଲି ରାତିରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ସେଠାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରହିଥିଲା। କିରେଇରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି. ଉଦୟଗିରିରେ ୪.୬, ଫୁଲବାଣୀରେ ୫, ରାଉରକେଲାରେ ୬.୪, ସୁନ୍ଦରଗଡ଼ରେ ୬.୫, କୋରାପୁଟରେ ୬.୫, ଝାରସୁଗୁଡ଼ାରେ ୬.୬, ଦାରିଙ୍ଗବାଡ଼ିରେ ୬.୭, କେନ୍ଦୁଝରରେ ୭.୨, ଭବାନୀପାଟଣାରେ ୭.୨, ଢେଙ୍କାନାଳରେ ୮, ସୋନପୁରରେ ୮.୫, ଅନୁଗୋଳରେ ୮.୬, ବାରିପଦାରେ ୯, ନବରଂଗପୁରରେ ୯, ସମ୍ବଲପୁରରେ ୯.୩, ରାଣୀତାଲରେ ୯.୪, ଭଦ୍ରକରେ ୯.୫, ମହିଷାପାଟରେ ୯.୫, ହୀରାକୁଦ ୯.୬ ଓ ବାଲେଶ୍ୱରରେ ୯.୭ ଡିଗ୍ରୀ ରେକର୍ଡ କରାଯାଇଛି। ଶନିବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାର କିଛି କିଛି ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ କମ୍ ରହିବ। ସେଥିପାଇଁ ସେହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଓ ଢେଙ୍କାନାଳ।

Leave A Reply

Your email address will not be published.