ଘାଟିରେ ଓଲଟିଲା ଅଟୋ, ୭ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲେଡ଼ବନ୍ଧ ଘାଟିରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତାତଳକୁ   ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଟୋରେ ୩ ଜଣ ପୁରୁଷ ଓ ୪ ଜଣ ମହିଳା ‌ଥିଲେ। ସେମାନଙ୍କ ଘର ମେରାପଲ୍ଲୀ, କୀରମା ଓ ଲିଲିଗଡ଼ ଅଞ୍ଚଳର ବୋଲି ଜଣାଯାଇଛି। ଆଜି ସକାଳେ ଅଟୋଟି ୬ଜଣ ଯାତ୍ରୀଙ୍କୁ ନେଇ କୁହାଗୁଡ଼ିରୁ ମୋହନା ଅଭିମୁଖେ ଆସୁଥିଲା। ଏହି ସମୟରେ ଲେଡ଼ବନ୍ଧ ଘାଟିରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ତଳକୁ ଖସି ପଡ଼ିଥିଲା।  ଦୁର୍ଘଟଣାରେ  ଡ୍ରାଇଭର ସହ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ୍ ପହଞ୍ଚି ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.