କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଜଙ୍ଗଲରୁ ମିଳିଲା ଗାଡ଼ି ଓ ହେଲମେଟ୍

କଟକ : ରହସ୍ୟରେ ମହିଳା କ୍ରିକେଟ ଖେଳାଳି ନିଖୋଜ ଘଟଣା। ଓରନ୍ଦା ଜଙ୍ଗଲ ନିକଟରୁ ମିଳିଲା ସ୍କୁଟି ଓ ହେଲମେଟ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ମଙ୍ଗଳବାଗ ଥାନାରେ କୋଚ୍‌ ମିସିଙ୍ଗ ରିପୋର୍ଟ କରିବା ପରେ ତନାଘନା ଚଳାଇଛନ୍ତି ପୋଲିସ। ଥାନାଧିକାରୀଙ୍କ ନେତୃତ୍ୱରେ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆଠଗଡ଼ ଯାଇଛି। ରାଜଶ୍ରୀଙ୍କ ନିଖୋଜ ନେଇ କୌଣସି ଲିଙ୍କ୍‌ ରହିଛି କି ନାହିଁ ସେନେଇ ତନାଘନା ଚଳାଇଛି। ଏବେ ରାଜଶ୍ରୀଙ୍କ ମୋବାଇ ଫୋନ୍‌ ସୁଇଚ ଅଫ୍‌ ଅଛି । ପୁଡୁଚେରୀରେ ଖେଳାଯିବାକୁ ଥିବା ସିନିଅର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ରାଜଶ୍ରୀ । ବଜ୍ରକବାଟି ସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳି । ଟାଙ୍ଗୀ ସ୍ଥିତ ଏକ ଘରୋଇ କଲେଜରେ ଚାଲିଥିଲା ଅଭ୍ୟାସ ।

Leave A Reply

Your email address will not be published.